www.samajalive.in
Sunday, December 7, 2025
23.1 C
Bhubaneswar

ରୁଷ ଆକ୍ରମଣରେ କିଭ୍ ବିମାନବନ୍ଦର ଛାରଖାର

ସମାଜ ଡିଜିଟାଲ ଡେସ୍କ: ରୁଷ ପକ୍ଷରୁ ୟୁକ୍ରେନ ଉପରେ ଶୁକ୍ରବାର ଭୋର ସମୟରେ ବଡ଼ ଧରଣର ଆକ୍ରମଣ କରାଯାଇଛି। ୟୁକ୍ରେନର ଆବାସିକ ଅଞ୍ଚଳର ଏବଂ ବିଭିନ୍ନ ସହର ଉପରେ ଏହି ଆକ୍ରମଣ ହୋଇଛି। ୬ ଘଣ୍ଟା ଧରି ରୁଷ ପକ୍ଷରୁ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଦ୍ଵାରା ଆକ୍ରମଣ କରାଯାଇଛି। ଏଥିରେ କିଭ୍‌ ବିମାନବନ୍ଦର ଛାରଖାର ହୋଇଯାଇଛି। କ୍ଷେପଣାସ୍ତ୍ର ମାଡ଼ରେ ବିମାନବନ୍ଦରର ବହୁ ଅଞ୍ଚଳ ଧ୍ବଂସ ହୋଇଛି।

କିଭ୍‌ ସାମରିକ ପ୍ରଶାସନ ମୁଖ୍ୟ ତାଇମୁର କାଚେଙ୍କୋ କହିଛନ୍ତି ଯେ, ୫ଟି ଜିଲାର ୧୩ଟି ସ୍ଥାନରେ ଡ୍ରୋନ ଦ୍ଵାରା ଆକ୍ରମଣ ହୋଇଛି। ଅନେକ ଟାର୍ଗେଟକୁ ନିଷ୍ଫଳ କରାଯାଇଛି।

- Advertisement -

୨୦୨୨ ଫେବୃୟାରୀରୁ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉଦ୍ୟମ ଚଳାଇଥିଲେ ହେଁ ସେଥିରୁ ସୁଫଳ ମିଳିନାହିଁ। ଆଲୋଚନାରେ ଅଗ୍ରଗତି ହେଉଥିବା ସମୟ​‌ରେ ହଠାତ ୟୁକ୍ରେନ ପକ୍ଷରୁ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଗୁପ୍ତ ଡ୍ରୋନ ଦ୍ଵାରା ବଡ଼ ଧରଣର ଆକ୍ରମଣ କରାଯାଇ ରୁଷର ୪୧ ଯୁଦ୍ଧ ବିମାନକୁ ଧ୍ବଂସ କରିଦିଆଯାଇଥିଲା। ଏହା ପରଠାରୁ ରୁଷ ଅଧିକ ହିଂସ୍ର ହୋଇ ଆକ୍ରମଣ ଚଳାଇଛି। ଯୁଦ୍ଧ ହ୍ରାସ ପାଇବା ବଦଳରେ ଅଧିକ ତୀବ୍ର ହେବାରେ ଲାଗିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories