www.samajalive.in
Sunday, December 7, 2025
26.1 C
Bhubaneswar

ରୁକୁଣା ରଥଯାତ୍ରା : ସୀମିତ ସେବାୟତରେ ରଥ ପ୍ରତିଷ୍ଠା

ଭୁବନେଶ୍ୱର : ଚୈତ୍ର ଶୁକ୍ଳ ସପ୍ତମୀ ତିଥିରେ ସୋମବାର ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ପବିତ୍ର ନେତ୍ରୋତ୍ସବ ଅନୁଷ୍ଠିତ ହେବ। ରଥ ପ୍ରତିଷ୍ଠା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପାରମ୍ପରିକ ରୀତି ମତେ ସନ୍ଧ୍ୟାଧୂପ ଶେଷ ପରେ ରଥଖଳାରେ ରଥ ପ୍ରତିଷ୍ଠା ହେବ। ମନ୍ଦିର କୁଳ ପୁରୋହିତ, ପୁରୀ ରାଜଗୁରୁ ଏବଂ କ୍ଷେତ୍ରବାସୀ ସେବାୟତଙ୍କୁ ନେଇ ରଥପ୍ରତିଷ୍ଠା କରାଯିବ। ଏହାପୂର୍ବରୁ ମରିଚି କୁଣ୍ଡରୁ ପାଣି ରଥ ଚାରିପଟେ ସିଞ୍ଚନ ହେବା ପ‌େ‌ର ରଥ ପ୍ରତିଷ୍ଠା ନୀତି ଆରମ୍ଭ ହେବ। ଏଥିଲାଗି ମୁକ୍ତେଶ୍ବର ପୀଠକୁ ବିଏମ୍‌ସି ତରଫରୁ ଆଲୋକମାଳାରେ ସଜାଯାଇଛି। ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ତ୍ବରାନ୍ବିତ କରାଯାଇଛି। ନେତ୍ରୋତ୍ସବରେ ମୁକ୍ତେଶ୍ବର ପୀଠ ଚଳଚଞ୍ଚଳ ହୋଇଥାଏ। କିନ୍ତୁ ଏବର୍ଷ ରଥଯାତ୍ରା ବିନା ଭକ୍ତରେ ହେବା ସହିତ ସମସ୍ତ କାର୍ଯ୍ୟ କୋଭିଡ କଟକଣା ଭିତରେ କରାଯିବ। ୧୮ଜଣ କ୍ଷେତ୍ରବାସୀ ସେବାୟତ ସ୍ଥଳେ ୬ଜଣ ସେବାୟତ ମନ୍ଦିର ପ୍ରଶାସନ ଉପସ୍ଥିତିରେ ରଥପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ସୂଚନା ମିଳିଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories