www.samajalive.in
Sunday, December 7, 2025
26.1 C
Bhubaneswar

ବିନା ଭକ୍ତରେ ଗଡ଼ିଲା ରୁକୁଣା ରଥ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି। ଆଜ୍ଞାମାଳ ଆସିବା ପରେ ପ୍ରଭୁ ଶ୍ରୀଲିଙ୍ଗରାଜ ରଥାରୁଢ଼ ହୋଇଥିଲେ। ରଥରେ ଶ୍ରୀଲିଙ୍ଗରାଜ, ରୁକୁଣା ଓ ଦୋଳଗୋବିନ୍ଦ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଯଦିଓ ବିନା ଶ୍ରଦ୍ଧାଳୁରେ ରଥ ଟଣା ହେଉଛି ଏବଂ ରଥଦାଣ୍ଡରେ ୧୪୪ ଧାରା ଜାରି ହୋଇଛି, କିନ୍ତୁ ରୁକୁଣା ରଥ ଯାଉଥିବା ଉଭୟ ପାର୍ଶ୍ବରେ ବହୁ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି। ରଥଦାଣ୍ଡରେ ଶ୍ରୀଜୀଉଙ୍କ ରୁକୁଣା ରଥ ଗଡୁଥିବାବେଳେ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳି ଓ ହରହର୍‌ ମହାଦେବ ଧ୍ବନୀରେ ମୁଖରିତ ହେଉଥିଲା।


ଆଜି ସମସ୍ତ କୋଭିଡ କଟକଣା ଭିତରେ ରଥଟଣା ଆରମ୍ଭ ହୋଇସାରିଛି। ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ରଥଦାଣ୍ଡରୁ ଗଡିବା ଆରମ୍ଭ ହୋଇଛି। ରୁକୁଣା ରଥ ଲିଙ୍ଗରାଜ ମନ୍ଦିରରୁ ଆସି ମାଉସୀ ମା’ ତଥା ରାମେଶ୍ବର ମନ୍ଦିରରେ ପହଞ୍ଚିବ। କରୋନା ମହାମାରୀ ସଂକ୍ରମଣ ଆଶଙ୍କାରେ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ରଥଖଳାରୁ ମାଉସୀ ମା’ ତଥା ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି। ଏହାସହିତ ଏଥର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାରେ ଭକ୍ତମାନଙ୍କୁ ସାମିଲ କରାଯାଇ ନାହିଁ। ରଥଦାଣ୍ଡରୁ ରାମେଶ୍ବର ମନ୍ଦିର ପର୍ଯ୍ୟନ୍ତ ଆସୁଥିବା ରୁକୁଣା ରଥ ରାସ୍ତାକୁ ସମ୍ପୂର୍ଣ୍ଣ ଭାବେ ସିଲ୍ କରିଦିଆଯାଇଛି। ଅପରପକ୍ଷରେ ରୁକୁଣା ରଥ ଟାଣିବା ଯେତିକି ସେବାୟତଙ୍କୁ ଅନୁମତି ମିଳିଛି ସେମାନଙ୍କର କୋଭିଡ୍ ଟେଷ୍ଟ କରାଯାଇଛି। ଯେଉଁ ସେବାୟତମାନଙ୍କ କୋଭିଡ୍ ଟେଷ୍ଟ ନେଗେଟିଭ୍‌ ଆସିଛି ସେମାନଙ୍କୁ ରଥ ଟାଣିବା ପାଇଁ ଅନୁମତି ମିଳିଛି। ଏଥର ଶ୍ରୀଲିଙ୍ଗରାଜଙ୍କ ସେବାୟତ ଓ ପୁଲିସ କର୍ମଚାରୀମାନେ ରଥକୁ ଟାଣୁଛନ୍ତି। ମାଉସୀ ମା’ ମନ୍ଦିରରେ ରୁକୁଣା ରଥ ସାଢେ ୭ ଟା ସୁଦ୍ଧା ପହଞ୍ଚିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି। ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ଡିସିପି ଉମାଶଂକର ଦାଶଙ୍କ ସମେତ ବହୁ ବରିଷ୍ଠ ପୁଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ ରୁକୁଣା ରଥ ଯାତ୍ରା ସମ୍ପନ୍ନ ହେଉଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories