ଖେରସନ: ପ୍ରଭୁ ହନୁମାନଙ୍କ ଉପରେ ମୋର ବିଶ୍ୱାସ ରହିଛି। ଭଗବାନ ଶିବ ଓ ଗଣେଶ ମଧ୍ୟ ଅଛନ୍ତି। ହନୁମାନ ସର୍ବଶକ୍ତିମାନ୍। ସେମାନଙ୍କ କରୁଣାରୁ ମୁଁ ଯୁଦ୍ଧରେ ବିଜୟୀ ହେବି। ଜେଲେନସ୍କି ତାଙ୍କ କୃତକର୍ମର ଫଳ ଭୋଗିବେ। ଅତ୍ୟନ୍ତ ଉତ୍ସାହ ଓ ଆତ୍ମବିଶ୍ୱାସର ସହିତ ଏହା କହିଛନ୍ତି ରୁଷ୍ର ଜଣେ ସେନା କମାଣ୍ଡର ମାକ୍ସିମ୍। ମାକ୍ସିମ ସମ୍ପ୍ରତି ରୁଷ୍ ସେନାର ଏକ ବାଟାଲିୟନ୍ର ନେତୃତ୍ୱ ନେଇ ୟୁକ୍ରେନ୍ ସୈନ୍ୟଙ୍କ ବିରୋଧରେ ଲଢେଇ କରୁଛନ୍ତି। ଏକ ଭାରତୀୟ ଟେଲିଭିଜନ ଚାନେଲ ସହିତ ସାକ୍ଷାତକାରରେ ମାକ୍ସିମ ନିଜ ହାତରେ ଟାଟୁ କରିଥିବା ଭଗବାନ ଶିବ, ଗଣେଶ ଏବଂ ହନୁମାନଙ୍କ ଚିତ୍ରକୁ ଦେଖାଇ କହିଛନ୍ତି, ଭଗବାନଙ୍କ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ତାଙ୍କ ବାଟାଲିୟନର୍ ଅନ୍ୟ ସୈନ୍ୟମାନେ ମଧ୍ୟ ହନୁମାନଙ୍କର ଉପାସନା କରୁଛନ୍ତି। ହନୁମାନ ସର୍ବଶକ୍ତିମାନ୍। ତାଙ୍କ କରୁଣାରେ ସେମାନେ ୟୁକ୍ରେନ୍ ଯୁଦ୍ଧରେ ବିଜୟୀ ହେବେ। ଯୁଦ୍ଧରେ ବିଜୟୀ ହେବା ପରେ ସେ ଭାରତ ଆସିବେ। ମାକ୍ସିମ୍ କହିଛନ୍ତି, ତାଙ୍କ ବାଟାଲିୟନ୍ର କୌଣସି ସୈନ୍ୟ ଗୋମାଂସ ଭକ୍ଷଣ କରୁନାହାନ୍ତି। ଭଗବାନ ଶିବ, ଗଣେଶ ସେମାନଙ୍କୁ ସହାୟ ହେବେ ବୋଲି ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ହସି ହସି ମାକ୍ସିମ କହୁଥିବା ଦେଖିବାକୁ ମିଳିଛି।
Popular Categories



