ୱାଶିଂଟନ: ପାଖାପାଖି ଏକ ଦଶନ୍ଧି ଧରି ଭାରତ ଯେଉଁ ଆଶା ରଖିଥିଲା ତାହା ଏବେ ପୂରଣ ହେବାକୁ ଯାଉଛି। ଆମେରିକା ଭାରତକୁ ଏହାର ସିହକ୍ ହେଲିକପ୍ଟର ବିକ୍ରି କରିବାକୁ ସହମତି ପ୍ରକାଶ କରିଛି, ଯାହାର ନାଁ ରହିଛି ଏମଏଚ-୬୦ ‘ରୋମିଓ’। ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି। ଫଳରେ ଦୁଇ ଦେଶର ସମ୍ପର୍କ ଆହୁରି ଦୃଢ଼ ହୋଇଛି।
ଭାରତୀୟ ନୌସେନାରେ ‘ରୋମିଓ’ ହେଲିକପ୍ଟର ସାମିଲ ହେବ। ଫଳରେ ଭାରତର ପ୍ରତିରକ୍ଷା କ୍ଷେତ୍ର ଅଧିକ ମଜଭୁତ ହେବ। ଅନ୍ୟପଟେ ଏହା ବର୍ତ୍ତମାନ ଚୀନର ନିଦ ହଜାଇ ଦେଇଛି। ଏହି ଖବର ମିଳିବା ପରେ ଚୀନର ହୋସ୍ ଉଡ଼ିଯାଇଛି। କାରଣ ‘ରୋମିଓ’ ଭାରତୀୟ ନୌସେନାରେ ସାମିଲ ହେଲେ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଭାରତର ପ୍ରାଧାନ୍ୟ ବୃଦ୍ଧି ପାଇବ, ଯାହା ଉପରେ ଚୀନ ଅଧିକାଂଶ ସମୟରେ ନିଜର ଅଧିକାର ଦେଖାଇ ଆସୁଛି। ଚୀନର ଏଭଳି ହରକତକୁ ମୁକାବିଲା କରିବା ପାଇଁ ଭାରତୀୟ ନୌସେନାରେ ‘ରୋମିଓ’ର ସାମିଲ ହେବା ଜରୁରୀ ଥିଲା। ଶତ୍ରୁପକ୍ଷ ସମୁଦ୍ରରେ ମୁତୟନ କରୁଥିବା ବୁଡ଼ା ଜାହାଜକୁ ଧ୍ଵଂସ କରିବାରେ ‘ରୋମିଓ’ ମାହିର।

‘ରୋମିଓ’ର ବିଶେଷତ୍ଵ :-
– ଏହା ହେଉଛି ଦୁନିଆର ସବୁଠାରୁ ଉନ୍ନତ ବୁଡ଼ାଜାହାଜ ନିରୋଧୀ ହେଲିକପ୍ଟର
– ଏହି ହେଲିକପ୍ଟରକୁ ଜାହାଜ, ଯୁଦ୍ଧ ଜାହାଜ ଏବଂ ବିବାନବାହକ ଜାହାଜରୁ ଚାଲୁ କରାଯାଇପାରିବ
– ବୁଡ଼ା ଜାହାଜକୁ ଧ୍ଵଂସ କରିବାକୁ ଏହି ହେଲିକପ୍ଟର ତ୍ରୁଟିଶୂନ୍ୟ ଭାବେ ଟାର୍ଗେଟ କରିପାରିବ
– ଏହାର ଡିଜାଇନ ଏବଂ କ୍ଷମତା ଭାରତୀୟ ସେନା ବାହିନୀ ଅନୁସାରେ କରାଯାଇଛି



