www.samajalive.in
Sunday, December 7, 2025
23.1 C
Bhubaneswar

ସାଇବର ଅପରାଧରୁ ପିଲାଙ୍କୁ ଦୂରେଇବାରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଇଣ୍ଟରନେଟ୍‍ ବ୍ୟବହାର ସମୟରେ ପିଲାମାନଙ୍କୁ ସାଇବର ଅପରାଧିଙ୍କ ଠାରୁ ଦୂରେଇ ରଖିବାରେ ଅଭିଭାବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କେବଳ ଅଭିଭାବକ ନୁହନ୍ତି, ଶିଶୁ ଓ ମହିଳାମାନଙ୍କୁ ଏଭଳି ଅପରାଧରୁ ଶିକାର ହେବାରୁ ଦୂରେଇ ରଖିବାକୁ ବ୍ୟାପକ ଜନସେଚତନା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲସ କଲଚରାଲ ସେଣ୍ଟର (ପିକକ) ଓ ଫୋରାଲଡ୍ରାଲୋସା ବାର୍ଣ୍ଣର ମିଳିତ ସହଯୋଗରେ ଅନଲାଇନ୍‍ ସୁରକ୍ଷା ଉପରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଏଭଳି ମତପ୍ରକାଶ ପାଇଛି। କର୍ମଶାଳର ପ୍ରାରମ୍ଭରେ ପିକକର କାର୍ଯ୍ୟନିର୍ବାହୀ ନିର୍ଦେଶିକା ଅନୁରାଧା ମହାନ୍ତି ଅତିଥି ପରିଚୟ ସହିତ ଲୋକଙ୍କ ସାଇବର ଅପରାଧର ଭୟାବହତା ଓ ଏହାର ନିରାକରଣ ସଂକ୍ରାନ୍ତରେ ସୂଚନା ଦେଇଥିଲେ। କର୍ମଶାଳାରେ ଯୋଗଦେଇ ପିକକର ସମ୍ପାଦକ ରଞ୍ଜନ କୁମାର ମହାନ୍ତି କହିଲେ ଯେ କୋଭିଡ ମହାମାରୀ ସମୟରେ ସାଇବର କ୍ରାଇମ ବଢିଥିବାବେଳେ ଅନ୍‍ଲାଇନ୍‍ ନିରାପତ୍ତା ମଧ୍ୟ ବିପନ୍ନ ହୋଇଛି। କୋଭିଡ କଟକଣା ଯୋଗୁଁ ସମସ୍ତେ ଘରେ ରହିବାରୁ ଗାଁ ଠୁ ସହର ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଇଣ୍ଟରନେଟ୍‍ ବ୍ୟବହାରର ଭଲମନ୍ଦ ବିଷୟରେ ଆମେ ଜାଣିପାରୁନଥିବାରୁ ଅନ୍‍ଲାଇନ୍‍ ଜରିଆରେ ମିଛ ବାହାଘର ଓ ଶିଶୁ ଚାଲାଣ ଭଳି ଘଟଣା ବି ବହୁ ପରିମାଣରେ ହେଉଛି ଆମେ ଯଦି ହୁସିଆର ନରହି ଏହାକୁ ବ୍ୟବହାର କଲେ ଅସୁବିଧାରେ ପଢିବା।

 

- Advertisement -

କର୍ମଶାଳାରେ ଆଡପସନ ସେଣ୍ଟ୍ରମର ଜାତୀୟ ନିର୍ଦ୍ଦେଶିକା ରୁବି ରାଉତ କହିଲେ ଯେ ଆମେ ପିଲାଙ୍କ ପାଇଁ ସମୟ ଦେଇପାରୁନୁ। କେଉଁ ସାଇଟ୍‍କୁ ଯିବା ଓ କେଉଁଠିକୁ ଯିବାନି ସେ ସଂକ୍ରାନ୍ତରେ ପିଲାମାନେ ଭଲଭାବେ ଜାଣିବା ଦରକାର। ଯୁବଗୋଷ୍ଠିଙ୍କ ପାଇଁ ଆମକୁ ସମୟ ଦେବା ସହିତ ବଢୁଥିବା ସାଇବର କ୍ରାଇମ କାହିଁକି ବଢୁଛି ସେ ସଂକ୍ରାନ୍ତରେ ଜାଣିବା ଦରକାର। ରାଜ୍ୟ ଶିଶୁ ସୁରକ୍ଷା ସମିତିର ସଂଯୋଜକ ପ୍ରୀତିକାନ୍ତ ପଣ୍ଡା କହିଥିଲେ ଯେ ଇଣ୍ଟରନେଟ୍‍ର ଯେଉଁ ବାତ୍ୟା ବହିବାରେ ଲାଗିଛି ଆମେ ଚାହିଁଲେ ବି ତାକୁ ଅଟକାଇ ପାରିବୁ ନାହିଁ। ତେଣୁ ଆମକୁ ସୁରକ୍ଷିତ ହୋଇ ରହିବାର ଅଛି। ଟିକେ ସତର୍କ ନରହିଲେ ଯେକୌଣସି ସମୟର ଆମେ କ୍ଷତିଗ୍ରସ୍ତ ହୋଇଯିବା। ଯେତେବେଳେ ଠକେଇର ଶିକାର ହେଉଛନ୍ତି ସେତେବେଳେ ଆଦୌ ବିଳମ୍ବ ନକରି ପୁଲିସ୍‍ରେ ଅଭିଯୋଗ କରିବା ଉଚିତ୍‍ ବୋଲି ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ।
ଏନ୍‍ଆଇସିର ପୂର୍ବତନ ବରିଷ୍ଠ ବୈଷୟିକ ବିଶେଷଜ୍ଞ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କର୍ମଶାଳାରେ କହିଛନ୍ତି ଯେ ବର୍ତ୍ତମାନ ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି ପିଲା ଓ ମହିଳାମାନେ। ସାଇବର ଅପରାଧ ରୋକିବାପାଇଁ ସାଇବର ସିକ୍ୟୁରିଟି ଓ ସଚେତନତା ଆବଶ୍ୟକ। ସେଥିପାଇଁ ଆମକୁ ଅଧିକ ସଂଯମତା ଆଚରଣ କରିବାକୁ ପଡିବ। ପିଲାମାନେ ଯେଭଳି ଅନାବଶ୍ୟକ ସାଇଟ୍‍ ନଦେଖନ୍ତି ତାହା ଉପରେ ବାପ ମା’ ମାନେ ନଜର ରଖିବା ଆବଶ୍ୟକ। ସୁଶ୍ରୀ ଶୈଲାନୀ ସୁମନ ଆଲୋଚନାରେ ଭାଗନେଇ କହିଥିଲେ ଯେ ଇଣ୍ଟରନେଟ୍‍ ଓ ସୋସିଆଲ ମିଡିଆରେ ପିଲାମାନେ କ’ଣ କରିବା ଉଚିତ୍‍ ଓ ଅନୁଚିତ୍‍ ତାହା ଜାଣିବା ଆବଶ୍ୟକ। ଆମ ଯାହାକୁ ଜାଣିନୁ ତାହା ସହିତ ସାଙ୍ଗହୋଇ କଥାହେବା ଅନୁଚିତ୍‍। ବାପ ମା’ ମାନେ ପିଲାଙ୍କ ସଂକ୍ରାନ୍ତରେ ଏ ନେଇ ଆଲୋଚନା କରିବା ଉଚିତ୍‍। ପିକକର ଅଧ୍ୟକ୍ଷା ଡକ୍ଟର ମିନାକ୍ଷୀ ପଣ୍ଡା କହିଥିଲେ ଯେ ସାଧାରଣ ଲୋକଙ୍କୁ ଇଣ୍ଟରନେଟ୍‍ ସୁରକ୍ଷା ବିଷୟରେ ବୁଝାଇବାକୁ ପଡିବ। ଏହି ଆଲୋଚନାଚକ୍ରରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ଆଶା, ଅଙ୍ଗନବାଡି, ପଞ୍ଚାୟତ ପ୍ରତିନିଧି, ଏସଏଚଜି ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଯୋଗଦେବା ସହିତ ପ୍ରଶ୍ନ ପଚାରୀ ସେମାନଙ୍କ ମଧ୍ୟରେ ଥିବା ଦ୍ୱନ୍ଦ ଦୂର କରିଥିଲେ। ଡକ୍ଟର ସୁମିତ୍ରା ମହାନ୍ତି ଧନ୍ୟବାଦ ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories