ଆଇସିସି ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳରେ ରୋହିତ, ପନ୍ତ୍‌ ଓ ଅଶ୍ବିନ, ଦିନିକିଆରେ ଭାରତୀୟ ନାହାନ୍ତି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଚାଳନା ପରିଷଦ (ଆଇସିସି) ପକ୍ଷରୁ ଗୁରୁବାର ବର୍ଷର ଶ୍ରେଷ୍ଠ ଟେଷ୍ଟ ଦଳ ଘୋଷଣା କରାଯାଇଛି। ଟେଷ୍ଟ ଦଳରେ ସର୍ବାଧିକ ୩ ଭାରତୀୟ ଖେଳାଳି ରୋହିତ ଶର୍ମା , ଋଷଭ ପନ୍ତ୍‌ ଓ ରବିଚନ୍ଦ୍ରନ ଅଶ୍ବିନ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମସନ ଅଧିନାୟକ ରହିଥିବାବେଳେ କାଏଲ ଜେମିସନ, ଶ୍ରୀଲଙ୍କାର ଦିମୁଥ କରୁଣାରତ୍ନେ, ଇଂଲଣ୍ଡର ଜୋ ରୁଟ୍‌, ଅଷ୍ଟ୍ରେଲିଆର ମାର୍ନୁସ ଲାବୁସାନେ, ପାକିସ୍ତାନର ଫୱାଦ ଆଲାମ, ହାସନ ଅଲ୍ଲୀ, ସାହିନ ଆଫ୍ରିଦି ପ୍ରମୁଖ ରହିଛନ୍ତି।

prayash

ଭାରତ ଗତବର୍ଷ ବିଶ୍ବର ଏକ ନମ୍ବର ଟେଷ୍ଟ ଦଳ ଭାବେ ରହିଥିଲା। ଦଳ ୧୪ଟି ଟେଷ୍ଟ ମ୍ୟାଚ ଖେଳି ୮ଟି ବିଜୟ, ୩ଟି ପରାଜୟ ଓ ୩ଟି ଡ୍ରରେ ଶେଷ କରିଥିଲା। ଦଳ ପ୍ରଥମ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲରେ ରନର୍ସଅପ ହୋଇଥିଲା। ରୋହିତ ଗତବର୍ଷ ୪୭.୬୮ ପ୍ରତିଶତ ହାରରେ ଦୁଇଟି ଶତକ ସହ ୯୦୬ରନ କରିଥିଲେ। ଅନ୍ୟପକ୍ଷରେ ୱିକେଟରକ୍ଷକ ବ୍ୟାଟ୍‌ସମ୍ୟାନ ପନ୍ତ ମଧ୍ୟ ନିଜର ଦକ୍ଷତାର ପରିଚୟ ଦେଇଥିଲେ। ପନ୍ତ୍‌ ୧୨ଟି ମ୍ୟାଚ ଖେଳି ୩୯.୩୬ ପ୍ରତିଶତ ହାରରେ ୭୪୮ରନ କରିଥିଲେ। ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟରେ ଅଲରାଉଣ୍ଡର ଭୂମିକା ତୁଲାଇଥିଲେ। ସେ ୯ଟି ମ୍ୟାଚ ଖେଳି ୫୪ଟି ୱିକେଟ ନେଇଥିଲେ।

ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ସେ ବ୍ୟାଟିଂରେ ମଧ୍ୟ ୩୫୫ରନ କରିିଥିଲେ। ଯେଉଁଥିରେ ଇଂଲଣ୍ଡ ବିପକ୍ଷରେ ଏକ ଶତକ ମଧ୍ୟ ରହିଥିଲା। ସେହିପରି ଆଇସିସି ପକ୍ଷରୁ ଘୋଷିତ ବର୍ଷର ଶ୍ରେଷ୍ଠ ଦିନିକିଆ ଏକାଦଶରେ ଜଣେ ହେଲେ ଭାରତୀୟ ଖେଳାଳିଙ୍କୁ ସ୍ଥାନ ମିଳିନାହିଁ। ​‌ଆଇସିସି ଟ୍ବେଣ୍ଟି୨୦ ଏକାଦଶ ଭଳି ଦିିନିକିଆ ଏକାଦଶରେ ମଧ୍ୟ ଜଣେ ହେଲେ ଖେଳାଳି ସ୍ଥାନ ପାଇନାହାନ୍ତି। ପାକିସ୍ତାନର ବାବର ଆଜାମ ଅଧିନାୟକ ରହିଥିବାବେଳେ ଫକର ଜମାନ, ଆୟର୍ଲାଣ୍ଡର ପଲ ଷ୍ଟେଇଲିଙ୍ଗ ଓ ସିମି ସିଂହ, ଦକ୍ଷିଣଆଫ୍ରିକାର ରାଶି ଭାନ୍‌ ଡର ଡ୍ୟୁସେନ,ଜାନେମାନ ମାଲାନ, ବାଂଲାଦେଶର ସାକିବ୍‌ ଅଲ୍‌ ହାସନ, ମୁସ୍ତାଫିଜୁର ରହିମ, ମୁସ୍ତାଫିଜୁର ରହେମାନ, ଶ୍ରୀଲଙ୍କାର ୱାହିନ୍ଦୁ ହାସରଙ୍ଗା ଓ ଦିମୁଥ ଚାମରା ରହିଛନ୍ତି।

kalyan agarbati

Comments are closed.