www.samajalive.in
Sunday, December 7, 2025
23.1 C
Bhubaneswar

ନିଆଁ ପୋଉଁଥିବାବେଳେ ଚଢ଼ିଗଲା କାର: ୬ ଆହତ

ଦେବଗଡ଼ : ଦେବଗଡ ଜିଲା ରିଆମାଳ ଥାନା କଂସର ଫାଣ୍ଡି ଅନ୍ତର୍ଗତ କାଇବେଙ୍କ ଗ୍ରାମରେ ରାସ୍ତା କଡରେ ଆଜି ରାତି ପ୍ରାୟ ୯ଟା ୩୦ ମିନିଟ ସମୟରେ ନିଆଁ ପୋଉଁଥିବାବେଳେ ଏକ କାର୍ ଲୋକଙ୍କ ଉପରେ ଚଢି ଓଲଟି ପଡିଛି। ଏହାଫଳରେ ୬ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନେ ହେଲେ ଦିଲୀପ ଭଇଁସା(୨୦), ଉମେଶ ବାଗ(୧୫), ପରୀକ୍ଷିତ ବାଗ(୨୦), ଅରୁଣ ଲାକ୍ରା(୨୦) ଓ ପ୍ରକାଶ ବାଗ (୨୧) ଏମାନଙ୍କ ମଧ୍ୟରୁ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ବରଯାତ୍ରୀରେ ଯାଉଥିବା ସମୟରେ ଉକ୍ତ କାରଟି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଓ ଉକ୍ତ କାରରେ ବସିଥିବା
୨ ଜଣ ଯାତ୍ରୀ ଓ କାରର ଡ୍ରାଇଭର ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ​‌େ​‌ତବେ ମଧ୍ୟରାତ୍ରିରେ ଖବର ଲେଖାଯିବା ପର୍ଯ୍ୟନ୍ତ ସେମାନଙ୍କର ପରିଚୟ ମିଳିପାରିନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଆଜି ରାତ୍ରୀ ତିଲେଇବଣି ବ୍ଲକ ପାଳକୁଦର ପଞ୍ଚାୟତର କାଇବାଙ୍କ ଗ୍ରାମର ରାସ୍ତା କଡରେ ଶୀତରୁ ରକ୍ଷା ପାଇବା ପାଇଁ କେତେକ ଲୋକ ନିଆଁରେ ସେକି ହେଉଥିଲେ। ଏହି ସମୟରେ ସେହି ରାସ୍ତାଦେଇ ଯାଉଥିବା ଏକ କାର ଭାରସାମ୍ୟ ହରାଇବା ସହ ନିଆଁ ସେକି ହେଉଥିବା ଲୋକଙ୍କୁ ଧକ୍କାଦେଇ ଓଲଟି ପଡିଥିଲା। ଫଳରେ ୬ ଜଣ ଆହତ ହୋଇଥିଲେ। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଜମନକିରାରୁ ଏକ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା ନେଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories