www.samajalive.in
Sunday, December 7, 2025
23.1 C
Bhubaneswar

ଯୁଦ୍ଧ ଘନଘଟା ଅଞ୍ଚଳରୁ ଜନ୍ମମାଟିକୁ ଫେରିଲେ ସ୍ମୃତି, ଖୁସିରେ ଆତ୍ମହରା ପରିବାର ଓ ଗାଁ ଲୋକ

ସୁନ୍ଦରଗଡ଼ : ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ସମଗ୍ର ବିଶ୍ବର ମାନବ ସମାଜ ଉଦ୍‌ବେଳିତ ହୋଇପଡ଼ିଥିବା ବେଳେ ଏପରିସ୍ଥିତିରେ ନିଜ ସନ୍ତାନସନ୍ତତିଙ୍କୁ ପାଠପଢ଼ାଇବା ପାଇଁ ଛାଡ଼ିଥିବା ପରିବାର ବର୍ଗଙ୍କ ଅବସ୍ଥା କଣ ଯେ ହେଉନଥିବ ତାହା ହୃଦବୋଧ କରିବା ଏକ କଷ୍ଟକର ବ୍ୟାପାର। ଭଗବାନଙ୍କ ଉପରେ ବିଶ୍ବାସ ଓ ସନ୍ତାନ ସନ୍ତତିଙ୍କ ସହ ପ୍ରତ୍ୟକ ଦିନ ସକାଳ ସନ୍ଧ୍ୟା ଭିଡିଓ କଲିଂ ମାଧ୍ୟମରେ କଥା ହୋଇ ନିଜ ମନକୁ ହାଲକା କରୁଥିବା ପରିବାରବର୍ଗ ଟେଲିଭିଜନ ଖବର ଦେଖିବା ପାଇଁ ମଧ୍ୟ ଭୁଲୁନଥିଲେ । ସୁନ୍ଦରଗଡ଼ ଜିଲାର ବିଭିନ୍ନ ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ୟୁକ୍ରେନରେ ଡାକ୍ତରୀ ଓ ଅନ୍ୟାନ୍ୟ ବିଷୟରେ ପାଠପଢ଼ିବା ପାଇଁ ଯାଇଥିବା ବେଳେ ହଠାତ ଯୁଦ୍ଧ ଘନଘଟା ସେମାନଙ୍କ ପରିବାରରେ ଏକ ପ୍ରକାର କଳାବାଦଲ ଛାଇ ଯାଇଥିଲା। ଲଗାତାର ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ ପରେ କିଞ୍ଜିରକେଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ଫ୍ରାଙ୍କଲିନ କୁଜୁରଙ୍କ ଝିଅ ନିଜ ଜନ୍ମମାଟିକୁ ଫେରିଥିବାରୁ ବାପା କୋହ ସମ୍ଭାଳି ନ ପାରି ବିମାନବନ୍ଦରରେ ଝିଅକୁ ଧରି କାନ୍ଦି ପକାଇଥିଲେ। ପରେ ବାପା ଓ ଝିଅ ସ୍ମୃତି କୁଜୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିଞ୍ଜିରକେଲାରେ ପହଞ୍ଚିବା ପରେ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରୀ, ଗାଁ ଲୋକେ ଖୁସିରେ ଆତ୍ମହରା ହୋଇଯାଇଥିଲେ। କେତେକ ସ୍ମୃତିଙ୍କୁ ଫୁଲତୋଡ଼ା ଦେଇ ଖୁସି ଜାହିର କରିଥିଲେ। ଏହି ଅବସରରେ ସ୍ମୃତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର କୃତଜ୍ଞତା ଜଣାଇ ଅଟକି ରହିଯାଇଥିବା ଛାତ୍ରଛାତ୍ରୀଙ୍କୁ ତୁରନ୍ତ ନିଜ ଘରକୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories