www.samajalive.in
Sunday, December 7, 2025
23.1 C
Bhubaneswar

ବଢ଼ିଚାଲିଛି ମାସ୍କର ମୂଲ୍ୟ

କରୋନା ଭାଇରସ୍‌ର ଭୟାବହତା ପୂରା ବିଶ୍ବସ୍ତରରେ ବଢ଼ିବାରେ ଲାଗିଛି। ଲୋକେ ସତର୍କ ହେବା ସହ ଆତଙ୍କିତ ହୋଇଗଲେଣି। ଲଣ୍ଡନରେ ଏବେ ଶତାଧିକ ଲୋକ ବଡ଼ବଡ଼ ଜାର୍‌କୁ ମାସ୍କ ଭାବେ ପିନ୍ଧିବୁଲୁଥିବାର ଫଟୋ ସୋସିଆଲ ସାଇଟ୍‌ରେ ଅପଲୋଡ ହୋଇଛି। କେତେଜଣ ବ୍ୟକ୍ତି ପୂରା ମୁହଁକୁ କପଡ଼ାରେ ଗୁଡ଼ାଇ ବାହାରେ କାମ କରୁଛନ୍ତି। ଏପରିସ୍ଥଳେ ବିଶ୍ବର ପ୍ରମୁଖ ପ୍ରାନ୍ତରେ ମାସ୍କର ଦର ୬ଗୁଣ ବୃଦ୍ଧି ପାଇଥିବାର ପ୍ରକାଶ। ଚୀନ୍‌ରେ ଡାକ୍ତର ଏହି ରୋଗ ନିମନ୍ତେ ‘ଏନ୍‌-୯୫’ ମାସ୍କ ପିନ୍ଧିବ ଆବଶ୍ୟକ ବୋଲି ମତ ଦେଇଛନ୍ତି। ପୂର୍ବେ ଏହାର ମୂଲ୍ୟ ୧୫୦୦-୧୮୦୦ ଟଙ୍କା ମଧ୍ୟରେ ଥିବାବେଳେ ବର୍ତ୍ତମାନ ୬୦୦୦-୮୦୦୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେଠାରେ ମାସ୍କର କଳାବଜାର ଆରମ୍ଭ ହୋଇଗଲାଣି। ଅଧିକାଂଶ ଲୋକ ନିଜ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି। ମାସ୍କର ଅଭାବକୁ ଲକ୍ଷ୍ୟ ରଖି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ୪୭ଟି ରାଷ୍ଟ୍ରକୁ ମୋଟ୍ ୫ଲକ୍ଷ ମାସ୍କ ପ୍ରେରଣ କରିଥିଲେ। ଲୋକସଂଖ୍ୟା ଏତେ ଅଧିକ ଯେ ମାସ୍କ ସଂଖ୍ୟା କମ୍ ପଡ଼ୁଛି। ବର୍ତ୍ତମାନ ସମୟରେ ୮.୯କୋଟି ମାସ୍କର ଆବଶ୍ୟକତା ଅଛି ବୋଲି ଏକ ସଙ୍ଗଠନ ତରଫରୁ ପ୍ରକାଶ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories