www.samajalive.in
Sunday, December 7, 2025
18.1 C
Bhubaneswar

ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇବାର ଉପାୟ

ଝାଳରୁ ଦୁର୍ଗନ୍ଧ ହେବା ଅନେକ ଲୋକଙ୍କର ମୁଖ୍ୟ ସମସ୍ୟା ଅଟେ। ଏହି କାରଣରୁ ଲୋକଙ୍କୁ ଅନ୍ୟମାନଙ୍କ ସମ୍ମୁଖରେ ଅପମାନିତ ହେବାକୁ ପଡିଥାଏ। ଶରୀରରେ ସ୍ବେଟ ଗୋଲ୍ଡ ଅଧିକ ସକ୍ରିୟ ହୋଇ ଯିବା କାରଣରୁ ଝାଳରୁ ଦୁର୍ଗନ୍ଧ ହୋଇଥାଏ। ବ୍ୟାକ୍ଟେରିଆ ଓ ଜୀବାଣୁ ମଧ୍ୟ ଶରୀରରୁ ଝାଳ ଦୁର୍ଗନ୍ଧ ହେବାର କାରଣ ଅଟନ୍ତି। ଝାଳର ଦୁର୍ଗନ୍ଧ ହେବାର ଅନ୍ୟ କାରଣ ମଧ୍ୟ ରହିଛି। ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇବାର ଅନେକ ଉପାୟ ରହିଛି। ଆସନ୍ତୁ ଜାଣିବା ସେ ଉପାୟଗୁଡିକ ବିଷୟରେ ..

pic courtesy : Yours Magazine

ବେକିଙ୍ଗ ସୋଡା : ବେକିଙ୍ଗ ସୋଡା ଝାଳର ଦୁର୍ଗନ୍ଧ କମ କରିବାରେ ସହାୟକ ହୋଇଥାଏ। ଏହାର ବ୍ୟକହାର ଦ୍ବାରା ଶରୀରରେ ବିକାଶ ହେଉଥିବା ବ୍ୟାକ୍ଟେରିଆଙ୍କ ସଂଖ୍ୟା ହ୍ରାସ ହୋଇଥାଏ। ଏହାଦ୍ବାରା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଥାଏ। ଶରୀରର ଯେଉଁ ସ୍ଥାନରୁ ଝାଳ ନିର୍ଗତ ହେଉଥିବ ସେଠାରେ ବେକିଙ୍ଗ ସୋଡା ସହ ଲେମ୍ବୁ ରସ ମିଶାଇ ଲଗାନ୍ତୁ। ତାପରେ କିଛି ସମୟ ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ଦ୍ବାରା ଶରୀରରୁ ନିର୍ଗତ ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇପାରିବା।

- Advertisement -
pic courtesy : Beautyheaven

ସେଓର ସିରକା : ସେଓର ସିରକାରେ ଆଣ୍ଟି-ବ୍ୟାକ୍ଟେରିଆ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ବ୍ୟାକ୍ଟେରିଆଙ୍କ ବିକାଶକୁ ହ୍ରାସ କରିଥାଏ। ଏହାକୁ ଶରୀରରେ ବ୍ୟବହାର କରିବା ଦ୍ବାରା ଝାଳର ଦୁର୍ଗନ୍ଧରୁ ମଧ୍ୟ ରକ୍ଷା ପାଇ ପାରିବା। ଶରୀରର ଯେଉଁ ସ୍ଥାନରୁ ଝାଳ ବାହାରୁ ଥିବ ସେହି ସ୍ଥାନରେ ସେଓର ସିରକାକୁ ଏକ ତୁଳାରେ ନେଇ ଲଗାନ୍ତୁ। ତାପରେ ସେହି ସ୍ଥାନକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଶରୀରରୁ ଝାଳର ଦୁର୍ଗନ୍ଧ ଦୂର ହୋଇଯିବ।

pic courtesy : livestrong.com

ଲେମ୍ବୁ ରସ : ଲେମ୍ବୁ ରସ ଦ୍ବାରା ଶରୀରରୁ ବାହାରୁ ଥିବା ଝାଳର ଦୁର୍ଗନ୍ଧରୁ ରକ୍ଷା ପାଇପାରିବା। ଲେମ୍ବୁ ରସରେ ଏସିଡର ମାତ୍ରା ରହିଛି। ଏହା ଶରୀରରେ ଝାଳରୁ ନିର୍ଗତ ହେଉଥିବା ବ୍ୟାକ୍ଟେରିଆ ସହ ଲଢିବାରେ ସହାୟକ ହୋଇଥାଏ। ଝାଳ ନିର୍ଗତ ହେଉଥିବା ସ୍ଥାନରେ ଭଲ ଭାବରେ ଲେମ୍ବୁ ରସ ଲଗାନ୍ତୁ। କିଛି ସମୟ ପରେ ସେହି ସ୍ଥାନକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଶରୀରରୁ ଝାଳର ଦୁର୍ଗନ୍ଧରୁ ମୁକ୍ତି ପାଇ ପାରିବା।

Hot this week

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

Related Articles

Popular Categories