ଆରଜି କର ହସ୍ପିଟାଲରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସିଆଇଏସ୍ଏଫ୍ ଯବାନ

ଡେସ୍କ: କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ନିୟୋଜିତ ସିଆଇଏସଏଫ ଯବାନମାନେ ମୌଳିକ ସୁରକ୍ଷା ଭିତ୍ତିଭୂମି ଅଭାବରୁ ଗୁରୁତର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଗୃହ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ଆବେଦନ କରିଛି। ଆବେଦନରେ ଦର୍ଶାଯାଇଛି ଯେ ଯବାନମାନେ ବର୍ତ୍ତମାନ କୋଲକାତାର ସିଆଇଏସଏଫ ୟୁନିଟ ଏସଏମପିରେ ରହୁଛନ୍ତି।

ଆବେଦନରେ କୁହାଯାଇଛି ଯେ, ଏସଏମପି କୋଲକାତାରୁ ଆରଜି କର ହସ୍ପିଟାଲକୁ ଯାତ୍ରା ସମୟ ଗୋଟିଏ ପାର୍ଶ୍ୱରୁ ପ୍ରାୟ ୧ ଘଣ୍ଟା ଲାଗିଥାଏ ଫଳରେ ପ୍ରଭାବଶାଳୀ ଭାବରେ ଡ୍ୟୁଟି ସମ୍ପାଦନ କରିବା ସିଆଇଏସଏଫ ଯବାନଙ୍କ ପକ୍ଷେ କଷ୍ଟକର।

Comments are closed.