ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଆଇଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟଶାସନ ସଚିବ ରାଜେଶ କୁମାର ବର୍ମାଙ୍କୁ ରାଜ୍ୟ ସରକାର ତାଙ୍କ କାର୍ଯ୍ୟରୁ ରିଲିଭ କରିଛନ୍ତି। ଶ୍ରୀ ବର୍ମା କେନ୍ଦ୍ର ସରକାରଙ୍କ କୃଷି ଓ ସଶକ୍ତୀକରଣ ମନ୍ତ୍ରାଳୟର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଆଜି ରିଲିଭ ପରେ ଖୁବଶୀଘ୍ର ଶ୍ରୀ ବର୍ମା କୃଷି ମନ୍ତ୍ରାଳୟରେ ଯୋଗଦେବେ। ସେହିପରି ଶନିବାର ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତିନାମା ଅନୁଯାୟୀ ବିଏମସିର ପୂର୍ବତନ ପ୍ରଶାସକ ସଂଗ୍ରାମଜିତ ନାୟକଙ୍କୁ ପୁନର୍ବାର ବିଏମସି ପ୍ରଶାସକ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଥିବାବେଳେ ବରିଷ୍ଠ ଆଇଏଏସ ଅଧିକାରୀ ନିରଞ୍ଜନ ସାହୁଙ୍କୁ ଶ୍ରମ ଆୟକ୍ତ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହାସହିତ ଭୁବନେଶ୍ୱର ମହାନଗର ନିଗମର ପ୍ରଶାସକ ଭାବେ କାର୍ୟ୍ୟ କରୁଥିବା ଡଃ କ୍ରିଷନ କୁମାରଙ୍କ ପୂର୍ବ ନିଯୁକ୍ତିକୁ ରଦ୍ଦ କରାଯାଇଛି। ନୟାଗଡ଼ ଜିଲାପାଳ ଡ. ଏନ୍ ଥିରୁମାଳା ନାଏକଙ୍କୁ ମତ୍ସ୍ୟ ନିର୍ଦେଶକ ସହ ଅତିରିକ୍ତ ଭାବେ ସିଏମଜିଆଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି।
କୋରାପୁଟ ଜିଲାପାଳ ଡଃ ପୋମା ଟୁଡୁଙ୍କୁ ନୟାଗଡ଼ ଜିଲାପାଳ ଭାବେ ବଦଳି କରାଯାଇଥିବାବେଳେ ବରିଷ୍ଠ ଓଏଏସ୍ ମଧୁସୂଦନ ମିଶ୍ରଙ୍କୁ କୋରାପୁଟ ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି।ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦେଶକ ସୁଶାନ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
ଆଇଏଏସସ୍ତରରେ ଅଦଳବଦଳ: ନିରଞ୍ଜନ ଶ୍ରମ ଆୟୁକ୍ତ, ସଂଗ୍ରାମଜିତ ବିଏମସି ପ୍ରଶାସକ
Popular Categories



