www.samajalive.in
Sunday, December 7, 2025
13.1 C
Bhubaneswar

ମଧ୍ୟବିତ୍ତଙ୍କ ପାଇଁ ବଜେଟ୍‌ରେ ଆୟକର ରିଆତି ପ​ରେ ସୁଧ ହାର କମାଇପାରେ ରିଜର୍ଭ ବ୍ୟାଙ୍କ

ମୁମ୍ବଇ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିସାରିବା ପରେ ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଉପରେ ସମସ୍ତଙ୍କ ନଜର ରହିଛି। କେନ୍ଦ୍ର ବଜେଟ୍‌ରେ ଆୟକର ଉପରେ ରିଆତି ମିଳିବା ପରେ ଆର୍‌ବିଆଇ ମଧ୍ୟ ମଧ୍ୟବିତ୍ତ ବର୍ଗଙ୍କୁ ଆଶ୍ବସ୍ତି ଦେବା ପାଇଁ ସୁଧ ହାର ହ୍ରାସ କରିବା ନେଇ ଆଶା କରାଯାଉଛି। ଫେବୃଆରୀ ୫ରୁ ୭ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମ୍‌ପିସି) ବୈଠକ ଅନୁଷ୍ଠିତ ହେବ।

କେନ୍ଦ୍ର ବଜେଟ୍‌ରେ ଭାରତୀୟ ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ବସ୍ତି ମିଳିଛି। ପୂର୍ବରୁ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଶୁନ୍ୟ ଆୟକର ଥିବାବେଳେ ସଦ୍ୟତମ ବଜେଟ୍‌ରେ ଆୟକର ସୀମାକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ମଧ୍ୟବିତ୍ତ କର୍ମଚାରୀଙ୍କ ନିକଟରେ ଏବେ ଅଧିକ ୫ ପ୍ରତିଶତ ଅର୍ଥ ରହିବ। ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଚାହିଦା ବଢ଼ାଇବାକୁ ଅର୍ଥମନ୍ତ୍ରୀ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। କାରଣ ଲୋକଙ୍କ ନିକଟରେ ଅଧିକ ଟଙ୍କା ରହିଲେ ସେମାନଙ୍କ କ୍ରୟ କରିବାର ଶକ୍ତି ବଢ଼ିବ ଓ ଅର୍ଥନୀତି ସୁଦୃଢ଼ ହୋଇପାରିବ।

- Advertisement -

ଅର୍ଥମନ୍ତ୍ରୀଙ୍କ ଏହି ପ୍ରୟାସ ପରେ ସମସ୍ତଙ୍କ ନଜର ଏବେ ରିଜର୍ଭ ବ୍ୟାଙ୍କ ଉପରେ ରହିଛି। କାରଣ ଫେବୃଆରୀ ୫ରୁ ୭ ତିନିଦିନ ଧରି ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ବୈଠକ ଅନୁଷ୍ଠିତ ହେବ। ବୈଠକରେ ଆର୍‌ବିଆଇ ସୁଧ ହାର ହ୍ରାସ କରି ମଧ୍ୟବିତ୍ତ ବର୍ଗଙ୍କ ଉପରେ ଇଏମ୍‌ଆଇ ବୋଝ ହ୍ରାସ କରିବ ବୋଲି ଆଶା କରାଯାଉଛି। ଆର୍ଥିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତିର ବଢୁଥିବା ଧାରାଗୁଡ଼ିକୁ ଲକ୍ଷ୍ୟ କରି ଆର୍‌ବିଆଇ ୨୫ ବିପିଏସ୍‌ ସୁଧ ହାର ହ୍ରାସ କରିପାରେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି।

ଆର୍ଥିକ ସର୍ଭେ ରିପୋର୍ଟ-୨୦୨୫ରେ କୁହାଯାଇଛି ଯେ ବିଶ୍ୱ ଅନିଶ୍ଚିତତା ସତ୍ତ୍ୱେ ମୁଦ୍ରାସ୍ଫୀତି ଧୀରେ ଧୀରେ ୪ ପ୍ରତିଶତକୁ ହ୍ରାସ ପାଇବ। ଆର୍ଥିକ ଅଭିବୃଦ୍ଧି ସ୍ଥିର ରହିବ ବୋଲି ମଧ୍ୟ ଆଶା କରାଯାଉଛି। ଫଳରେ ଆର୍ଥିକ ଅଭିବୃଦ୍ଧି ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉଭୟ ସୁଧ ହାର ହ୍ରାସ କରିବାର ଆବଶ୍ୟକତାକୁ ଇଙ୍ଗିତ କରୁଛି। କ୍ରମାଗତ ୧୧ ଥର ଧରି ଏମ୍‌ପିସି ବୈଠକରେ ସୁଧ ହାର ଅପରିବର୍ତ୍ତିତ ରହିଥିବାବେଳେ ଆସନ୍ତା ବୈଠକରେ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ କରିବା ନେଇ ଆଶା କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories