www.samajalive.in
Tuesday, December 9, 2025
26.1 C
Bhubaneswar

କାଦୁଅ ପଚପଚ ରାସ୍ତାକୁ ବସୁଧା ଯୋଜନା ବାଟବଣା

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ୍ ଲହଣ୍ଡା ପଞ୍ଚାୟତ ଅଧିନରେ ରହିଛି ଯୁଖିପାଲି ଗ୍ରାମ। ଏହି ଗାଁର ରେଲୱେ ଲାଇନ ମନ୍ଦିର ପଡାକୁ ଯିବା ରାସ୍ତାର ଅବସ୍ଥା ନ କହିବା ଭଲ। ଥରେ ନଜର ପକାନ୍ତୁ ଏ ରାସ୍ତା ଉପରେ‌‌‌। ଗାଡି ଯିବା ତ ଦୂରର କଥା ଚାଲିକି ଯିବାକୁ ଡର ଲାଗିବ। ଗାଁରେ ପାଖାପାଖି ୩୦୦ ଲୋକ ବସବାସ କରୁଛନ୍ତି ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ୍ବ ହେବ। ମୁଖ୍ୟ ରାସ୍ତାରୁ ଦୁଇଶହ ମିଟର ରାସ୍ତା କଚା ରାସ୍ତା ଥିବାରୁ ବର୍ଷା ଦିନରେ ଏହି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଛି। ଏହି ରାସ୍ତା ଦେଇ ଗୋଟିଏ ପାର୍ଶ୍ଵରେ ସମ୍ବଲପୁର ଜିଲ୍ଲା କଳାମାଟି ପଞ୍ଚାୟତ ଓ ଅନ୍ୟ ପାର୍ଶ୍ଵରେ ଲହଣ୍ଡା ପଞ୍ଚାୟତକୁ ଯିବା ଆସିବା କରିଥାନ୍ତି ।ଉଭୟ ପଞ୍ଚାୟତର ସଂଯୋଗ ରାସ୍ତା ହୋଇଥିବାରୁ ପ୍ରତିଦିନ ଏହି ରାସ୍ତା ଦେଇ ପିଲାମାନେ ସ୍କୁଲ ଯାଉଛନ୍ତି। ଜୀବନ ଜୀବିକା କୁହନ୍ତୁ କି ହାଟ ବଜାର ଏଇ ରାସ୍ତା ଉପରେ ଗ୍ରାମବାସୀ ନିର୍ଭର କରିଥାନ୍ତି। କିନ୍ତୁ ଏହି ରାସ୍ତାଟିର ଅବସ୍ଥା ବର୍ଷା ଦିନରେ ବେହାଲ ହୋଇପଡିଛି। ଆଣ୍ଠୁଏ କାଦୁଅ ରାସ୍ତା, ଧାନ ଚାଷ ପାଇଁ ଅନୁକୂଳ, ସ୍କୁଲ, କଲେଜ ଯିବା ଆସିବା ବେଳେ ବେଳେ ବନ୍ଦ ହୋଇ ପଡ଼ୁଛି ପିଲାଙ୍କ ପାଇଁ। ଏହି ରାସ୍ତାକୁ କଂକ୍ରିଟ କରିବା ପାଇଁ ଲୋକେ ଗୁହାରି କରିଛନ୍ତି। ସରପଞ୍ଚ ମଧ୍ୟ ଏହି ସମସ୍ୟାକୁ ନେଇ ଉଚ୍ଚ ପଦାଧିକାରୀ, ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ସାରିଛନ୍ତି।

ଆଜି ଗୁରୁ ପୂର୍ଣ୍ଣିମାରେ ଗ୍ରହଙ୍କ ଦୁର୍ଲ୍ଲଭ ରାଜଯୋଗ; ଏହି ରାଶି ପାଇଁ ଆସିଗଲା ବଡ ଖୁସି, ଧନ ଠାରୁ ବିବାହ ସବୁଥିରେ ସଫଳତା,ସୁନା ଭଳି ଚମକିବ ଭାଗ୍ୟ..

- Advertisement -

ସରପଞ୍ଚ, ୱାର୍ଡ ମେମ୍ବର ମଧ୍ୟ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି । ରାସ୍ତା ସହ ପାନୀୟ ଜଳର ସମସ୍ୟା ମଧ୍ୟ ପଡା ବାସୀଙ୍କୁ ଅତିଷ୍ଟ କରି ଦେଇଛି । ଦୁଇଟି ନଳକୂପ ରହିଛି ପାନୀୟ ଜଳ ପାଇଁ । କିନ୍ତୁ ନଳକୂପର ପାଣି ପିଇବା ଯୋଗ୍ୟ ନୁହେଁ । ତେଣୁ ଲୋକେ ବାଧ୍ୟ ହୋଇ ବ୍ୟକ୍ତିଗତ ପାତାଳ ବୋର୍ ପାଣି ଉପରେ ନିର୍ଭର କରୁଛନ୍ତି। ରାସ୍ତା ଓ ପାନୀୟ ଜଳ ପରି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହୋଇ ଜୀବନ ସାରା ସଂଗ୍ରାମ କରି ଚାଲିଛନ୍ତି। ବସୁଧା ଯୋଜନା ସପ୍ନ ହୋଇଛି। ତେଣୁ ଗ୍ରାମବାସୀ ରାସ୍ତା ଓ ପାନୀୟ ଜଳର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି। ନହେଲେ ରାସ୍ତାକୁ ସମ୍ପୂର୍ଣ୍ଣ ଅବରୋଧ କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଦେଖନ୍ତୁ ଭୟଭୀତ କରୁଛି ଏହି ଭିଡିଓ; ଖାଲି ହାତରେ ଯୁବକ ଧରିଲେ ବିଶାଳକାୟ ଅହିରାଜ..

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories