ରେଙ୍ଗାଲିକେମ୍ପ : ଅତାବିରା ସ୍ଥିତ ସରସ୍ବତୀ କଲ୍ୟାଣ ମଣ୍ଡପରେ ଲିଡ଼ ବ୍ୟାଙ୍କ ବରଗଡ଼ର ଆୟୋଜନକ୍ରମେ ଋଣ ସଂଯୋଗୀ କରଣ ପଦକ୍ଷେପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଲଡିଏମ ସୀତାରାମ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଋଣ ର ସୁବିନିଯୋଗ କରିବା ପାଇଁ ହିତାଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଡିଓ ବିଶ୍ୱନାଥ ସାହୁ ,ଡିପିଏମ ଶଙ୍କର ଚାଳନ, ଜିଏମଡିଆଇସି ଲକ୍ଷ୍ମୀଧର ସୁରେନ, ଉପ ନିର୍ଦ୍ଦେଶକ ଟେକ୍ସଟାଇଲ ଏସଏନ ନାଗ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଚୟନ ହୋଇଥିବା ୧୫୯ ଜଣ ହିତାଧିକାରୀଙ୍କୁ ସମୁଦାୟ ୮ କୋଟି ୩୮ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି।ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସମେତ ଟ୍ରାକ୍ଟର, ହାରଭେସ୍ଟର, ବଳରାମ ଭଳି ଋଣ ପ୍ରଦାନ କରାଯାଇଛି। ଏଥିରେ ଅତାବିରା ଅଞ୍ଚଳରେ ଥିବା ସମସ୍ତ ବ୍ୟାଙ୍କ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।
Popular Categories



