ଅଧ୍ୟାପକ ପାଇଲେ ‘ଗ୍ରୀନ ମେନ୍’ ସମ୍ମାନ

ରେଙ୍ଗାଲିକେମ୍ପ : ସାମ୍ପ୍ରତିକ ପରିସ୍ଥିତିରେ ଆଜି ଆମ ପାଖରେ ପରିବେଶ ସମସ୍ୟା ଜଟିଳ ହୋଇପଡିଛି ଆଉ ତାର ବହୁବିଧ ସମାଧାନ ପାଇଁ ବୃକ୍ଷରୋପଣ କରିବା ଶ୍ରେୟସ୍କର ମାନେ ହୁଏ।ତେଣୁ ବୃକ୍ଷରୋପଣ କୁ ଅଧିକ ଗୁରୁତ୍ଵ ଦିଆଯାଉଛି।ପରିବେଶ ସୁରକ୍ଷା ପାଇଁ ଏମିତି ବୃକ୍ଷରୋପଣ କ୍ଷେତ୍ରରେ  ଉଲ୍ଲେଖନୀୟ କୃତିତ୍ୱ ପାଇଁ ଅତାବିରା ମହାବିଦ୍ୟାଳୟର  ବିଶିଷ୍ଟ ଉଦ୍ଭିଦ ବିଭାଗର ଅଧ୍ୟାପକ ତଥା ପ୍ରକୃତି ପ୍ରେମୀ  ପରମାନନ୍ଦ ରଥଙ୍କୁ ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ” ଗ୍ରୀନ ମେନ୍ ” ବା ସବୁଜ ମଣିଷ ଭାବରେ ସମ୍ମାନିତ କରାଯାଇଛି ।
prayash
ଗ୍ରୀନ ଆର୍ମିର ସେନାଧ୍ୟକ୍ଷ  ଦିଲିପ୍ ଶ୍ରୀଚନ୍ଦନ  ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି।ଏହି ସମ୍ମାନ ରେ ସମ୍ମାନିତ ହେବା ପରେ ଶ୍ରୀଯୁକ୍ତ ରଥ ତାଙ୍କର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଜନସଚେତନତା ର ରୂପ ଦେବାକୁ ମନସ୍ଥ କରିଛନ୍ତି ସେ ଜନସାଧାରଣଙ୍କୁ ଆହ୍ବାନ ଜଣାଇଛନ୍ତି ଯେ ସମସ୍ତେ ଏହି ଅଭିଯାନରେ ସାମିଲ ହୋଇ ନିଜ ନିଜ ଅଞ୍ଚଳରେ କୌଣସି ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ନାମରେ  ବୃକ୍ଷ ରୋପଣ  କରି ତାର ଯତ୍ନ ନିଅନ୍ତୁ।ଫଳରେ ପରିବେଶ ସୁରକ୍ଷା  କରିବା ସହ ସେମାନେ ବି ଏହି ସମ୍ମାନର ଅଧିକାରୀ ହୋଇପାରିବେ।
kalyan agarbati

Comments are closed.