ଲରମ୍ଭା ମହାବିଦ୍ୟାଳୟରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ
ରେଙ୍ଗାଲିକେମ୍ପ: ବରଗଡ଼ ଜିଲ୍ଲା ଅତାବିରାବ୍ଲକ ଅନ୍ତର୍ଗତ ଲରମ୍ଭା ମହାବିଦ୍ୟାଳୟ ଠାରେ ପୁସ୍ତକ ପ୍ରେମୀ ଶିଆଳି ରାମମୂର୍ତ୍ତି ରଙ୍ଗନାଥନଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ଗ୍ରନ୍ଥାଗାରିକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସାଧାରଣ ବୈଠକରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ପ୍ରମୋଦ କୁମାର ଭୋଇଙ୍କ ସଭାପତିତ୍ୱରେ ଡ଼ଃ ଅମୃତା ସାମନ୍ତ, ଡ଼ଃ ଦିଗାମ୍ବର ଚାନ୍ଦ ଓ ଶିବାଶିଷ ପଧାନ ମଞ୍ଚାସିନ ଥିଲେ। ପ୍ରଥମେ ରଙ୍ଗନାଥନଙ୍କ ପ୍ରତିମୂର୍ତ୍ତିରେ ଦ୍ବୀପ ପ୍ରଜ୍ବଳନ ପୂର୍ବକ ଅତିଥିମାନଙ୍କ ଦ୍ୱାରା ମାଲ୍ୟାର୍ପଣ କରି ତାଙ୍କ ସୃତିଚାରଣ କରାଯାଇଥିଲା।
ପାଠାଗାରର ଆଧୁନିକୀକରଣ ଉପରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟ ରଖିଥିଲେ।ପରିଶେଷରେ ମୋନିକା ଶତପଥି ଧନ୍ୟବାଦ ଅର୍ପଣ କରିଥିବା ବେଳେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ମନରଞ୍ଜନ ତ୍ରିପାଠୀ, ପ୍ରଦୀପ ପଣ୍ଡା, ରବୀନ୍ଦ୍ର ନାଏକ, ପ୍ରମୋଦ ଚନ୍ଦ୍ର ସେଠ, କାଦମ୍ବିନୀ ଗୁରୁ, ଶାନ୍ତିଲତା ବାରିକ, ସଙ୍ଘମିତ୍ରା ମହାକୁର, ଲକ୍ଷ୍ମୀ ମଲ୍ଲିକ ପ୍ରମୁଖଙ୍କ ସକ୍ରିୟ ଉପସ୍ଥିତି ରହିଥିଲା।
Comments are closed.