www.samajalive.in
Tuesday, December 9, 2025
16.1 C
Bhubaneswar

ସମାଜ ପ୍ରଭାବ ; ତୃଷାର୍ତ୍ତ ବିସ୍ଥାପିତଙ୍କୁ ମିଳିଲା ପାନୀୟ ଜଳ

ରେଙ୍ଗାଲିକ୍ୟାମ୍ପ : ନିଜ ଭିଟା ମାଟିରେ ହୀରାକୁଦ ଜଳ ଭଣ୍ଡାର ସୃଷ୍ଟି ହେବା ପରେ ବିସ୍ଥାପିତ ଲୋକ ମାନେ ଅନେକ ଦୁଃଖ କଷ୍ଟ ସହି ଆସିଛନ୍ତି। ଅତାବିରା ବ୍ଲକ ନୂଆ ବାଟି ମୁଣ୍ଡା ଗ୍ରାମରେ ରହୁଥିବା ବିସ୍ଥାପିତ ମାନେ ଆଜି ଯାଏଁ ପାନୀୟ ଜଳ ପାଇଁ ବାର ଦୁଆର ସୁଣ୍ଡି ପିଣ୍ଡା ହୋଇ ରହୁଥିଲେ । ଏମିତି କି ପାନୀୟ ଜଳ ବଦଳରେ ତାଙ୍କୁ ମୂଲ୍ୟ ଦେବାକୁ ପଡୁଥିଲା । ଗାଆଁରେ ଥିବା ନଳ କୂପ ରୁ ଲୁହା ପାଣି ବାହାରୁଥିଲା । ଦୀର୍ଘ ଦିନ ଧରି ସେମାନେ ପାନୀୟ ଜଳ ପାଇଁ ସଙ୍ଘର୍ଷ କରି ଆସିଥିଲେ। ଗ୍ରାମର ଜନୈକ ବ୍ୟକ୍ତିଙ୍କ ଗଭୀର ନଳକୂପରୁ ବାହାରୁଥିବା ପାନୀୟ ଜଳ ସେମାନେ ମାସିକ କିଛି ଟଙ୍କା ହିସାବରେ ଦେଇ କିଣୁଥିଲେ। ଏହି ଖବର ଗତ ମାର୍ଚ୍ଚ ୩୦ ତାରିଖରେ ସମାଜ ଖବର କାଗଜରେ ପ୍ରକାଶିତ ହେବା ପରେ ତାହା ଟ୍ୱିଟ୍ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପହଞ୍ଚିଥିଲା। ଫଳରେ ବିଭାଗୀୟ ଅଧିକାରୀ ମାନେ କିଛିଟା ତତ୍ପରତା ଦେଖେଇଥିଲେ । ପୁଣି ଗତ ୫ ତାରିଖରେ ଏହି ଖବର ପ୍ରକାଶିତ ହେବା ପରେ ଆଜି ଏହି ବିସ୍ଥାପିତ ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ଫଳରେ ଏହି ପରିବାର ଆସ୍ଵସ୍ଥି ଲାଭ କରିବା ସହିତ ବିଭାଗୀୟ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଜର ଭୀଟା ମାଟି ହରାଇ ଥିବା ଏହି ୧୦୦ ଟି ବିସ୍ଥାପିତ ପରିବାରଙ୍କ ମନରେ ଆଜି ଖୁସିର ଲହରୀ ଖେଳିଯାଇଛି । ସ୍ଥାନୀୟ ସରପଞ୍ଚ ନିରୁପମା ଷଣ୍ଢ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସାଇମନ ଟପ୍ପୋଙ୍କୁ ସେମାନେ ଧନ୍ୟବାଦ୍ ଜଣାଇଛନ୍ତି।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories