www.samajalive.in
Sunday, December 7, 2025
26.1 C
Bhubaneswar

ସ୍କାଉଟ୍ ଗାଇଡ କେମ୍ପୋରୀ ପାଇଁ ଅତାବିରା ବ୍ଲକରେ ପ୍ରସ୍ତୁତି ବୈଠକ

ରେଙ୍ଗାଲିକେମ୍ପ: ଓଡ଼ିଶା ରାଜ୍ୟ  ଭାରତ ସ୍କାଉଟ୍ ଗାଇଡର ମୁଖ୍ୟ  ଆୟୁକ୍ତଙ୍କ ନିର୍ଦେଶାନୁସାରେ ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ବରଗଡ଼ ଜିଲ୍ଲା ସ୍କାଉଟ୍ ଗାଇଡ କେମ୍ପୋରୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଦୀର୍ଘ ଦୁଇ ବର୍ଷ ଧରି  କରୋନା  ମହାମାରୀ ଯୋଗୁ ପିଲାମାନେ ଘରେ ରହି ମାନସିକ  ତଥା ଶାରୀରିକ ସ୍ତରରେ କିଛିଟା ଶିଥିଳ ହୋଇପଡିଛନ୍ତି । ତେଣୁ ସେଇ ପିଲାମାନଙ୍କୁ ପୁଣି ଥରେ ସକ୍ରିୟ କରିବା, ପାଠ ପଢା ସହିତ ସହ ପାଠ୍ୟକ୍ରମ ର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି କେମ୍ପୋରୀ ଅନୁଷ୍ଠିତ କରାଯାଉ ଥିବା ଜଣାପଡିଛି। ବରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ  ଶ୍ରୀ ମିତ୍ରଭାନୁ କଚ୍ଛପଙ୍କ ତତ୍ବାବଧାନରେ ଏହି କେମ୍ପୋରୀ ଅତାବିରା ବ୍ଲକ ଅନ୍ତର୍ଗତ ଜନତା ଉଚ୍ଚ ବିଦ୍ୟାଳୟରେ  ହେବ ବୋଲି ଜଣାପଡିଛି । ଏ ନେଇ ଆଜି  ଅତାବିରା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଚ୍ଛିନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଗୋଡଭଗା ଜନତା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଦନ ସୁନା ଅତାବିରା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁରେନ୍ଦ୍ର ବେହେରା, ଲାଦେରପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ହିମାଂଶୁ ଶେଖର ସାହୁ,ଜିଲ୍ଲା ସ୍କାଉଟ୍ ସମ୍ପାଦକ ଶ୍ରୀ ଆଶୁତୋଷ ଦେ ପ୍ରମୁଖ ମଞ୍ଚlଷିନ ଥିଲେ । ସ୍କାଉଟ୍ ମାଷ୍ଟର କିଶୋର ସାହୁ ପ୍ରଥମେ  ସ୍ଵାଗତ  ଜଣାଇ ବୈଠକ କୁ ଆଗକୁ ବଢ଼ାଇଥିଲେ ।  ସ୍କାଉଟ୍ ସମ୍ପାଦକ ଶ୍ରୀ ଦେ କିମ୍ପୋରି ଓ ତାର ଉଦ୍ଦେଶ୍ୟ ତଥା ସେଥିରେ ଥିବା ପ୍ରତିଯୋଗିତା ଗୁଡ଼ିକ ର ରୂପରେଖ ଉପରେ  ସ୍ପଷ୍ଟ ଭାବରେ ବୁଝାଇ ଥିଲେ ।ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି କିପରି  କ୍ୟମ୍ପୋରୀ ଟି  ସଫଳ ହେବ ଏବଂ ପିଲାମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୋଇ କେମିତି ଏଥିରେ ଭାଗ ନେଇ ତାର ମଜା ପାଇ ପାରିବେ, କିଛି ଶିଖି ପାରିବେ ଏ ବିଷୟରେ ବିସ୍ତୃତ ଆଲୋଚନା କରିବା ସହ ସମସ୍ତଙ୍କ ମତାମତ ନିଆଯାଇଥିଲା ।

- Advertisement -

ଏହି ବୈଠକରେ  କ୍ୟମ୍ପୋରି  ପାଇଁ  ବ୍ଲକ ସ୍ତରରେ ବିଭିନ୍ନ ପ୍ରକାର କମିଟି ଗଠନ କରାଯାଇ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ପ୍ରତି ବ୍ଲକରୁ ଏହି କ୍ୟାମ୍ପୋରୀକୁ  ୨୦ ଜଣ ସ୍କାଉଟ୍  ଓ ୨୦ ଜଣ ଗାଇଡ  ଯୋଗ ଦେଇ ପାରିବେ ବୋଲି ସ୍ଥିର କରାଯାଇଛି । ତେବେ ଏ ନେଇ ଆସନ୍ତା ୨୫ ତାରିଖରେ ପୁଣି ଏକ ଚୂଡାନ୍ତ  ପ୍ରସ୍ତୁତି ବୈଠକ  କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଲ୍ଲିକ କହିଥିଲେ । ଏହି ବୈଠକରେ ବ୍ଲକ ର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ଖେଳ ଶିକ୍ଷକ, ସ୍କାଉଟ୍ ମାଷ୍ଟର ଓ ଗାଇଡ  କ୍ୟାପଟେନ ମାନେ ଯୋଗ ଦେଇଥିଲେ । ଶେଷରେ ହିମାଂଶୁ ଶେଖର ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories