www.samajalive.in
Sunday, December 7, 2025
14.1 C
Bhubaneswar

ଅତାବିରା ଏନ୍ଏସିର ସମୀକ୍ଷା ବୈଠକ ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ: ଆଜି ଏନ୍ଏସି କାର୍ଯ୍ୟାଳୟ ଅତାବିରା ଠାରେ ଏନ୍ଏସି ଅଧ୍ୟକ୍ଷା ଗୀତାଞ୍ଜଳି ଭୋରାସାଗରଙ୍କ ଅଧ୍ୟକ୍ଷତାରେ ଅତାବିରାର ଉନ୍ନତି ମୂଳକ କାର୍ଯ୍ୟ ସମୂହକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୋର୍ଯ୍ୟରଞ୍ଜନ୍ ମିଶ୍ର ମଞ୍ଚାସୀନ ଥିଲେ। ଏନ୍ଏସିର ସାଂସଦ ପ୍ରତିନିଧି ଭାବେ ସଞ୍ଜୀବ ପରିଜା ଯୋଗ ଦେଇ ଅତାବିରାର ଉନ୍ନତିମୂଳକ କାର୍ଯ୍ୟ ପାଇଁ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ।

୧. ସହରରେ ମଶା ଉପଦ୍ରବ ପାଇଁ କଡା ପଦକ୍ଷେପ ନେବା ପାଇଁ ଏବଂ ଅନେକ ଦିନରୁ ବ୍ୟବହାର ନ ହୋଇ ପଡି ରହିଥିବା ଧୁଆଁ ଛଡା ଯନ୍ତ୍ରର ଶୀଘ୍ର ବ୍ୟବହାର କରାଯିବା।
୨. ସ୍ୱର୍ଗଦ୍ୱାରର ରାସ୍ତା, ବିଜୁଳି, କାଠର ସମସ୍ୟା ଏବଂ ପାରିପାର୍ଶ୍ବିକ ସ୍ଥାନକୁ କଂକ୍ରିଟ କରେଇବା ।
୩. ନିମ୍ନ ମାନର କାମ କରୁଥିବା ଠିକାଦାରମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଏବଂ ଆଗକୁ ଏସବୁକୁ ଧ୍ୟାନ ଦେବା ଯେପରି ୨ ନମ୍ବର ୱାର୍ଡରେ ଡ୍ରେନେଜ୍ କାମ ସରିବା ଆଗରୁ ଭୁଶୁଡି ଯାଇଥିଲା ସେମିତି କାମକୁ ଭଲ ଭାବେ ତଦାରଖ କରିବା।
୪. ଆଗରୁ ରହିଆସୁଥିବା ଅଞ୍ଚଳବାସୀଙ୍କ ଦାବି ଯାହା କୋଭିଡ ପାଇଁ ଏକ ଶବ ବାହକ ଗାଡିର ବ୍ୟବସ୍ଥା କରିବା
୫. ଫେରସ୍ତ ହୋଇଥିବା ନିମ୍ନମାନର ଷ୍ଟ୍ରିଟ ଲାଇଟକୁ ପୁନଃ ଲଗାଯିବା
୬. ବର୍ଷା ପୂର୍ବରୁ କୁଲୁଣ୍ଡା ରାସ୍ତାରେ ଥିବା ପୋଲକୁ ଛାତ ପୋଲ କରିବl
7. ରେଙ୍ଗାଲି ପାଲିରୁ ଲ।ଦରପାଲି ରାସ୍ତାର କଂକ୍ରିଟ କରଣ
୮. ସହର ମଧ୍ୟରେ ଥିବା ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି ଉପରେ ଏକ ଛାତ ଏବଂ ବୀର ସୁରେନ୍ଦ୍ର ସାଏ କ୍ଲବ୍ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ କରିବା
୯. ମାନ୍ୟବର ଲୋକସଭା ସାଂସଦ ସୁରେଶ ପୂଜାରୀଙ୍କୁ ଅତାବିରl ସହର ପାଇଁ ୩ଟି ଏବଂ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ପ୍ରତିମୂର୍ତି ପାଖରେ ଗୋଟିଏ ହାଇମେକ୍ସ ଲାଇଟ୍ ପାଇଁ ପ୍ରସ୍ତାବ ଦେବା ଆଦି ଉପରେ ପୂର୍ବାଗତ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା।

- Advertisement -

କରୋନାର ଭୟାଵହତାକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ କରାହେବ ବୋଲି ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋର୍ଯ୍ୟରଂଜନ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ। ଏହି ସମସ୍ତ ବିଷୟ ଉପରେ ଗୁରୁତ୍ବ ଦେଇ ବିଭାଗୀୟ ଅଧିକାରୀମାନେ ତତ୍ପରତା ସହ କାର୍ଯ୍ୟ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବିଧାୟିକାଙ୍କ ଦ୍ଵାରା ଏନ୍ଏସି ପକ୍ଷରୁ ୪ଟି ବ୍ୟାଟେରୀ ଅପରେଟର ଗାଡ଼ିର ଶୁଭାରମ୍ଭ ହୋଇଥିଲା। ଏହି ବୈଠକରେ ଏନଏସି ସଭାପତି ସିଦ୍ଧାର୍ଥ ଶଙ୍କର ପଣ୍ଡା, ସମାଜସେବୀ ସତ୍ୟ ମିଶ୍ର, ଟଙ୍କଧର ଦାଶ, ଏନ୍ଏସିର ଦୁର୍ଯ୍ୟୋଧନ ସାହୁ, ଦିଲିପ୍ ବିଶ୍ଵାଳ, ରଘୁ ବାରିକ୍, ମନୋଜ ପ୍ରଧାନ ତଥା ସମସ୍ତ କର୍ମଚାରୀ ଓ କାଉନସିଲର ଉପସ୍ଥିତ ଥିବା ବେଳେ ଅଧ୍ୟକ୍ଷା ଦୀପାଞ୍ଜଲୀ ଭୋରାସାଗର ଧନ୍ୟବାଦ୍ ଦେଇଥିଲେ।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories