
ଓମିକ୍ରନ ଖାଇଲା ବେପାର, ବିକ୍ରି ହେଉନି ପତାକା

ରେଙ୍ଗାଲିକେମ୍ପ: ଜାତୀୟ ଦିବସ ରୂପେ ଦେଶର କୋଣ ଅନୁକୋଣରେ ଆନୁଷ୍ଠାନିକ ତଥା ଅଣ ଆନୁଷ୍ଠାନିକ ଭାବେ ପାଳିତ ହୋଇଥାଏ। କୁନି କୁନି ପିଲାମାନେ ହାତରେ ଜାତୀୟ ପତାକା ଧରି ଗାଆଁ ଦାଣ୍ଡରେ ଧାଡ଼ି ବାନ୍ଧି ଧୀରେ ଧୀରେ ଚାଲି ଗ୍ରାମ ପରିକ୍ରମା କରୁଥିବା ଦୃଶ୍ୟ ଅତ୍ୟନ୍ତ ମନଲୋଭା। ଦିବସର ଦୁଇ ଦିନ ପୂର୍ବରୁ ବାପାଙ୍କ ପାଖରେ ପିଲାଙ୍କ ବରାଦ ରହିଥାଏ ଜାତୀୟ ପତାକା ଆଣିଦେବା ପାଇଁ। ଏଇ ସବୁ ଦୃଶ୍ୟ ଗତ ଦୁଇବର୍ଷ ହେଲା ଆଉ ଦେଖିବାକୁ ମିଳୁନlହିଁ।
କରୋନା କଟକଣା ଯୋଗୁଁ ପିଲାଙ୍କୁ ଏହି ଦିବସରେ ସାମିଲ ହେବାପାଇଁ ବାରଣ କରାଯାଇଛି। ତେଣୁ ପିଲାମାନଙ୍କ ଖୁସି କମିଯାଇଛି। ଏହା ସହ ଜାତୀୟ ପତାକା ବିକ୍ରି ମଧ୍ୟ କମି ଯାଇଛି। ତେଣୁ ବ୍ୟବସାୟୀମାନଙ୍କ ବେପାର ମାନ୍ଦା ପଡିଯାଇଛି। ଚଳିତ ସାଧାରଣ ତନ୍ତ୍ର ପାଇଁ ବିକ୍ରି ହେବାକୁ ଆସିଥିବା ଛୋଟ ଛୋଟ ଜାତୀୟ ପତାକାର ଦାମ ଅନେକ ପରିମାଣରେ ବଢ଼ି ଯାଇଛି। ଯେଉଁ ପତାକାର ମୂଲ୍ୟ ଗୋଟିଏ ଟଙ୍କା ତାହା ଆଜି କୋଡିଏ ଟଙ୍କାରେ ବିକ୍ରି ହେଉଛି। ମୂଲ୍ୟ ବଢ଼ିଛି, ହେଲେ ଚାହିଦା କମିଯାଇଛି। ଯେଉଁ ପିଲାଙ୍କ ପାଇଁ ଏହି ପତାକା ତିଆରି ହୋଇଛି ସେମାନେ ସ୍କୁଲକୁ ଯିବେ ନାହିଁ ତେଣୁ ଆଉ କିଣୁ ନାହାନ୍ତି ଜାତୀୟ ପତାକା। ତେବେ ଦେଖାଯାଉ ଆସନ୍ତା ଜାତୀୟ ଦିବସରେ କାରୋନା ଓରଫ ଓମିକ୍ରାନ୍ ପିଲାଙ୍କ ଖୁସି ବଢ଼ାଉଛି ନା ନିଜର ପ୍ରଭାବ!
Comments are closed.