ଜିଲ୍ଲା ଲେଖିକା ପରିଷଦର ଅlଭାସୀ ବୈଠକରେ ‘ଯlଜ୍ଞସେନୀ’ ଆଲୋଚିତ
ରେଙ୍ଗଲିକେମ୍ପ: ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ପ୍ରତିଭା ରାୟଙ୍କ ପବିତ୍ର ଜନ୍ମ ତିଥିରେ ଜିଲ୍ଲା ଲେଖିକା ପରିଷଦ ବରଗଡ଼ ପକ୍ଷରୁ ପରିଷଦର ସଭାନେତ୍ରୀ କବିତା ରଥଙ୍କ ସଭାପତିତ୍ବରେ ସାପ୍ତାହିକ ଭାବରେ ହୋଇଆସୁଥିବା ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ମନୋରମ ସାରସ୍ଵତ ପରିବେଶରେ ପ୍ରତିଭା ରାୟଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜ୍ଞାପନ କରିବା ସହ ତାଙ୍କର କାଳଜୟୀ ସୃଷ୍ଟି “ଯାଜ୍ଞସେନି” ଆଲୋଚିତ ହୋଇଥିଲା। ତତ୍କାଳୀନ ସମାଜରେ ପ୍ରଚଳିତ ତଥାକଥିତ ରୀତିନୀତି ଓ ପ୍ରଥା କିପରି ଗୋଟିଏ ନାରୀ( ଯାଜ୍ଞସେନି)ର ସମସ୍ତ ଆଶା ଓ ଆକାଂକ୍ଷାକୁ ଦମନ କରିବା ପାଇଁ ବାଧ୍ୟ କରିଥିଲା, ଭାତ୍ରୁ ବିବାଦରୁ ଜଣେ ନାରୀକୁ ନିଜ ସ୍ବାମୀ ପଶା ଖେଳରେ ବାଜି ଲଗାଇ ତାର ସମ୍ମାନକୁ କ୍ଷୁର୍ଣ୍ଣ କରି ସମଗ୍ର ନାରୀ ଜାତି ପାଇଁ ଏକ ଅପମାନର ବାର୍ତ୍ତା ଦେଉଥିଲା, ତାହା ଯୁଗ ଯୁଗ ଧରି ଏହି ନାରୀ ଜାତି ସହିବ ତାହା ଭୁଲ୍ ଧାରଣା, ଆଜିର ପ୍ରତ୍ୟେକ ନାରୀ ଜଣେ ଜଣେ ବହ୍ନି କନ୍ୟା ହୋଇ ନିଜର ସ୍ବାଭିମାନକୁ, ସମ୍ମାନକୁ ଓ ସତୀତ୍ୱକୁ ବଜାୟ ରଖନ୍ତୁ ବୋଲି ଆହ୍ବାନ ଦିଆଯାଇଥିଲା।
ସମାଜର ଦୋଦୁଲ୍ୟମାନ ପରିସ୍ଥିତିରେ ନାରୀ ସମାଜ ପାଇଁ ଯlଜ୍ଞସେନୀ ଏକ ମାଇଲଖୁଣ୍ଟ ସଦୃଶ ବୋଲି ଆଲୋଚିକାମାନେ ପ୍ରକାଶ କରିଥିଲେ। ପରିଷଦର ସମ୍ପାଦିକା ଶ୍ରୀମତୀ ତପସ୍ଵିନୀ ମହାପାତ୍ର ଏହାକୁ ପରିଚାଳନା କରିଥିବା ବେଳେ ଅନୁସୂୟା ଦେବତା, ଜନନୀ ସାହୁ, ରେଣୁକା ଦାଶ, କଲ୍ୟାଣୀ ଶତପଥୀ, ନିରୁପମା ଶତପଥୀ, ବାସନ୍ତୀ ଗୁରୁ, ନୁରାବତି ସାହୁ, ସସ୍ମିତା କର, ସଂଗୀତା ବାରିକ୍, ସୁରେଶ୍ଵରୀ ପଣ୍ଡା, ଦିବ୍ୟକନ୍ତି ଶତପଥୀ, ଡଃ ଅନୁପମା, ଚନ୍ଦ୍ରକାନ୍ତି ମେହେର, କମଳପ୍ରଭା, ସବିତା ସାହୁ, ଜୟଶ୍ରୀ ବାରିକ୍, ନିକ ଜାଲ, ଜ୍ୟୋତିର୍ମୟୀ, ଦୀପାଞ୍ଜଳୀ୍ ଭୁଏ ପ୍ରମୁଖ ସାହିତ୍ୟ ସାଧିକାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ଶେଷରେ କୁମୁଦିନୀ ପାଣିଗ୍ରାହୀ ଧନ୍ୟବାଦ୍ ଅର୍ପଣ କରିଥିଲେ।
Comments are closed.