www.samajalive.in
Saturday, December 6, 2025
26.1 C
Bhubaneswar

ସମାଜ ପ୍ରଭାବ: ରାସ୍ତା ଉପରେ ଥିବା ପାର୍କିଂ ଓ ଫ୍ଲାଇଓଭର ୱାଲ୍ ହଟିଲା

ରେଙ୍ଗାଲିକେମ୍ପ: ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ଓ ୧୨ଟି ୱାର୍ଡ ବିଶିଷ୍ଟ ଏନ୍ଏସିକୁ ଦୀର୍ଘ ୮ବର୍ଷ ହେବ ଗଠିତ ହୋଇ ସାରିଛି। ବ୍ୟସ୍ତ ବହୁଳ ଅତାବିରା ଏନ୍ ଏସି ମଧ୍ୟ ଦେଇ ୫୩ନଂ ଅସମ୍ପୂର୍ଣ୍ଣ ତଥା ତ୍ରୁଟି ପୂର୍ଣ୍ଣ ଜାତୀୟ ରାଜପଥ ଭେଦ କରି ଯାଇଥିବା ବେଳେ ଦିନରାତି ଏନ୍ଏସି ଅଞ୍ଚଳ ଦେଇ ଛୋଟ ମୋଟ ଗାଡି ମଟର ଠାରୁ ଆରମ୍ଭ କରି ବଡ ବଡ ଭାରୀ ଯାନବାହାନ ଗୁଡ଼ିକ ଯିବା ଆସିବା କରି ରେଙ୍ଗାଲି କେମ୍ପ ରୁ ଆନ୍ଧ୍ର କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡୁଛି।

ସେହିପରି ଏନ୍ ଏସିର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀମାନଙ୍କ ଭଡ଼ା ଅସୁଲି ତଥା ସ୍ବାର୍ଥ ଲାଳସା ଯୋଗୁଁ ଅସମ୍ପୂର୍ଣ୍ଣ ସର୍ଭିସ୍ ରୋଡ଼ରେ ପାର୍କିଂ ବ୍ୟବସ୍ଥା ନ କରିଏଣେ ତେଣେ ଗାଡି ମଟର ରଖିଦେଉଥିବା, ରାସ୍ତା ଉପରେ ବାଲି, ଗୋଡି, ମାଟି ପକାଇବା ସହ ବଡ ବଡ ଗାଡ଼ି ଗୁଡ଼ିକର ଗ୍ୟାରେଜ ମାନ ଖୋଲି ରାସ୍ତାକୁ ଅକ୍ତିଆର କରି ନେଉଥିବା ନେଇ ବାରମ୍ବାର ସମାଜ ଖବର କାଗଜରେ ପ୍ରକାଶିତ ହେବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଳାଦେରପାଲି ଜାତୀୟ ରାସ୍ତାକଡ଼ର ପାର୍ଶ୍ଵରେ ରହିଥିବା ସର୍ଭିସ୍ ରାସ୍ତା ଉପରେ ଅଶୋକl ୱିଳ୍କନର ଅଧ ନିର୍ମିତ ଫ୍ଲାଇଓଭର କାନ୍ଥ ଆଜି ଭଙ୍ଗାଯାଇଛି। ଏହି କାନ୍ଥ ଯୋଗୁ ସର୍ଭିସ୍ ରାସ୍ତାଟି ସଙ୍କୁଚିତ ହୋଇ ରହିଥିବା ବେଳେ ଏହି ଅlଳରେ ଅନେକ ଲୋକ ଟ୍ରକ୍ ଗ୍ୟାରେଜ ଖୋଲି ତାକୁ ଜବର ଦଖଲ କରିଥିଲେ। ସ୍କୁଲ୍ କଲେଜର ଛାତ୍ରଛାତ୍ରୀମାନେ ଯିବା ଆସିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ।

- Advertisement -

ବରିଷ୍ଠ ନାଗରିକ ତଥା ସ୍କୁଲ କଲେଜ୍ ଛାତ୍ରଛାତ୍ରୀମାନେ ବାଧ୍ୟ ହୋଇ ମୁଖ୍ୟ ରାଜରାସ୍ତାରେ ଯାତାୟାତ କରିବା ଫଳରେ ଛୋଟ ମୋଟ ଦୁର୍ଘଟଣା ଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୂର୍ଘଟଣା ଘଟି ମୂଲ୍ୟବାନ ଜୀବନ ହାନି ହେଉଥିବାର ନଜିର ରହିଥିଲା। ଏହା ସହ ଟ୍ରାଫିକ ସମସ୍ୟା ଲାଗି ରହି ଲାଦେର ପାଲି ଅରବିନ୍ଦ ସ୍କୁଲକୁ ଛାତ୍ରଛାତ୍ରୀମାନେ ଯିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏନେଇ ଶିକ୍ଷକ ତଥା ସ୍କୁଲ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ପାର୍କିଂ ଗ୍ୟାରେଜ ଓ ୱାଲକୁ ହଟେଇବା ପାଇଁ ମଧ୍ୟ ସ୍ୱର ଉତ୍ତୋଳନ କରିଥିଲେ। ଏନେଇ ଗତ ୧୭/୧୨/୨୧ରେ ସମାଜ ଖବର କାଗଜରେ ଏହି ସର୍ଭିସ୍ ରାସ୍ତାରେ ଜବର ଦଖଳ ଉଚ୍ଛେଦ କୁ ନେଇ ଖବର ପ୍ରକାଶିତ ହୋଇଥିଲା। ଫଳରେ ଆଜି ଗୋଟିଏ ମାସ ପରେ ପ୍ରଶାସନ ଚେତା ଫେରି ମେସିନ ଯୋଗେ ରାସ୍ତା ଅବରୋଧ କରିଥିବା ଏହି ୱାଲଟିକୁ ଭାଙ୍ଗାଯାଇଛି ଓ ଗ୍ୟାରେଜ ହଟିଛି। ଏହା ଯୋଗୁଁ ଆଜି ଛାତ୍ରଛାତ୍ରୀ,ଅଭିଭାବକ ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ଓ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି। କିନ୍ତୁ ଏହାବ୍ୟତୀତ ଅତାବିରାରେ ଥିବା ଅନ୍ୟ ସମସ୍ତ ସ୍ଥାନରେ ଜବରଦଖଲ କାରୀଙ୍କ କବଜାରେ ରହିଥିବା ସ୍ଥାନଗୁଡିକ କେବେ ଉଚ୍ଛେଦ କରାଯିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories