www.samajalive.in
Sunday, December 14, 2025
16.1 C
Bhubaneswar

କୋଇଲା ପରିବହନ ଅବ୍ୟବସ୍ଥା ନେଇ ପରିବହନ ମାଲିକସଂଘର ଆନ୍ଦୋଳନ

ରେଙ୍ଗାଲି: ରେଙ୍ଗାଲି ବ୍ଳକର ଖିଣ୍ଡା ପଞ୍ଚାୟତରେ ଥିବା ଏନଏଲସି କମ୍ପାନୀର କୋଇଲା ପରିବହନ ରେ ୱେ ବ୍ରିଜ୍‍ ଅଚଳର ଆଳ ଦେଖାଇ ପରିବହନକାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ହଇରାଣ କରାଯାଉଥିବା ଏବଂ କମ୍ପାନୀ କୋଇଲା ପରିବହନ ପାଇଁ ଆସୁଥିବା ଭାରିଯାନର ପାର୍କିଂ ବ୍ୟବସ୍ଥା କରୁ ନଥିବା ପ୍ରତିବାଦରେ ଆଜି ପଶ୍ଚିମ ଓଡିଶା ମଲ୍ଟି ୟୁଟିଲିଟି ଭେକିଲ୍ସ ଏସୋସିଏସନ୍‍ ପକ୍ଷରୁ ସକାଲ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖଣି ଫାଟକ ସାମ୍ନାରେ ଆନ୍ଦୋଳନ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ସୂଚନା ପାଇ ଏସଡିପିଓ ପ୍ରଦୀପ କୁମାର ସାହୁ ଠେଲକୁଲି ଆଇଆଇସି ଜୟରଶ୍ମୀ ସେଠି, ରେଙ୍ଗାଲି ଆଇଆଇସି ଧବଳେଶ୍ୱର ସାହୁ, କତରବଗା ଆଇଆଇସି ପ୍ରତାପ କୁମାର ରଣା ଶାସନ ଆଇଆଇସି ଲୋକନାଥ ସାହୁ ପ୍ରମୁଖ ସଦଳବଳେ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା କରାଇଥିଲେ। ଅପରାହ୍ନ ୨ଟା ରେ ୱେବ୍ରିଜ୍‍ ସ୍ୱାଭାବିକ ଭାବରେ ଚାଲିଲା ପରେ ଏବଂ ପାର୍କିଂ ଜୋନ୍‍ ପାଇଁ ପ୍ରତିଶ୍ରୁତି ଦିଆଗଲା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଲୋଚନାରେ ପଶ୍ଚିମ ଓଡିଶା ମଲ୍ଟି ୟୁଟିଲିଟି ଭେକିଲ୍ସଦ ଏସୋସିଏସନର ସଭାପତି ଦେବନ ପତି, ପଦ୍ମଲୋଚନ ଧର, ପିତାମ୍ବର ବିଶ୍ୱାଲ, ପ୍ରହଲ୍ଲାଦ ପ୍ରଧାନ, ଡୋଲାମଣି ରାଉତ, ସୁଶାନ୍ତ ପ୍ରଧାନ, ସମିତି ସଭ୍ୟା କମଳିନି ରାଏ ସମେତ ଖଣି କ୍ଷତିଗ୍ରସ୍ତ ପରିବାର ବହୁ ସଂଖ୍ୟକ ବ୍ୟକ୍ତି ଯୋଗ ଦେଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories