ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକରେ ଥିବା ଡ୍ରାଇଭରମାନଙ୍କ ହକ୍ ପାଇଁ ଆଜି ରେଙ୍ଗାଲି ଡ୍ରାଇଭର ମହାସଂଘ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୁବାସ କରାଲିଙ୍କ ସଭାପତିତ୍ୱରେ ମଙ୍ଗଳବାର ଦିନ ଅନୁଷ୍ଠିତ ଏହି ବୈଠକରେ ଡ୍ରାଇଭରମାନେ ସରକାରୀ ସୁବିଧା କ୍ଷେତ୍ରରେ ବଞ୍ଚିତ ରହି କୋରାନା ଭଳି ମହାମାରୀରେ କିଭଳି ଭାବରେ ପରିବାର ପ୍ରତିପୋଷଣ କରିବାରେ କଷ୍ଟସାଧ୍ୟ ହୋଇଥିଲା ତାହା ସମସ୍ତେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସମସ୍ତ ଡ୍ରାଇଭର୍ ଏକଜୁଟ ହୋଇ ସଂଘକୁ ମଜବୁତ କରିବା ପାଇଁ ଶପଥ ଗ୍ରହଣ କରିଥିଲେ। ଉକ୍ତ କର୍ଯ୍ୟକ୍ରମରେ ମହେନ୍ଦ୍ର ବିଶ୍ୱାଲ, ଜୟ ନାରାୟଣ ମାହାଣା, ଦୁଷ୍ମନ୍ତ ବାରିକ, କାର୍ତିକ ବାଗଙ୍କ ସହ ଶତାଧିକ ଡାଇଭର୍ ଉପସ୍ଥିତ ଥିଲେ।
Popular Categories



