mission shakti banner

ଶ୍ରାବଣରେ ବୈଶାଖର ଖରା: ବର୍ଷା ନାହିଁ, ଶୁଖିଲା ପଡ଼ିଛି ଚାଷ ଜମି

nua o banner

ରେଙ୍ଗାଲି: ଋତୁଚକ୍ରରେ ବ୍ୟାପକ ପରିବର୍ତ୍ତନ ଯୋଗୁଁ ପାଣିପାଗରେ ଘୋର ଅନିୟମିତାତା ଦେଖିବାକୁ ମିଳୁଛି। ଶ୍ରାବଣ ମାସରେ ଝଡି ବର୍ଷା ହେବା ପରିବର୍ତ୍ତେ ବୈଶାଖ ମାସ ଭଳି ଅସହ୍ୟ ଖରା ଜନିତ ଗରମ ରେ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି। ବର୍ଷା କୁଆଡେ ନିଖୋଜ ହୋଇଯାଇଛି ବୋଲି ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। କେବେ କେମିତି ଦୈବାତ୍‍ ୧୫/୨୦କି ୩୦ ମିନିଟ୍‍ ବର୍ଷା ହୋଇ ପୁଣି ଡହଡହ ଖରା। ଗାଁ ଏମୁଣ୍ଡରେ ବର୍ଷା ହେଲେ ଶେଷ ମୁଣ୍ଡରେ ବର୍ଷାର ଦେଖା ନାହିଁ। ବର୍ଷାର ଏଭଳି ଲୁଚକାଳି ଖେଳ ଚାଷୀମାନଙ୍କ ପାଇଁ କାଳ ସାଜିଛି। ଦିନକୁ ଦିନ ଧାନ ଚାଷର ପରିସ୍ଥିତି ଗମ୍ଭୀର ଆକାର ଧାରଣ କରିବାରେ ଲାଗିଛି। ନିଶ୍ଚିତ ମରୁଡ଼ି ଆଶଙ୍କାରେ ଚାଷୀ ମୁଣ୍ଡରେ ଚଡକ ପଡ଼ିଲାଣି। ଗତ ବର୍ଷର ମରୁଡ଼ି ଜନିତ କ୍ଷତିରୁ ଚାଷୀ ଅଣ୍ଟା ସଳଖି ପାରି ନଥିବା ବେଳେ ଚଳିତ ବର୍ଷ ପୁଣି ଚାଷ ଆରମ୍ଭରୁ ବର୍ଷା ଅଭାବ ଚାଷୀମାନଙ୍କୁ ବିଷମ ସଙ୍କଟରେ ପକାଇ ଦେଇଛି। ବାହାଲ କିସମ ଖାଲୁଆ ଜମିରେ କାଁଭାଁ ପାଣି ଥିବା ବେଳେ ମାଳ ଏବଂ ବେର୍ଣା କିସମ ଜମି ଶୁଖିଲା ପଡ଼ିଛି। ରୂଆ ବେଉଷଣ ଆଦି ଚାଷ କାମ ଠପ୍‍ ହୋଇ ପଡ଼ିଛି।

Comments are closed.