www.samajalive.in
Sunday, December 7, 2025
14.1 C
Bhubaneswar

ଜେ.ଏସ୍.ଡବ୍ଳୁ-ଭୁଷଣ କାରଖାନାରେ ଜରୁରୀକାଳୀନ ମକ୍ ଡ୍ରିଲ୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ଥିବା ଜେ.ଏସ୍. ଡବ୍ଳୁ-ଭୁଷଣ କାରଖାନାର ଡି.ଆର୍ ଆଇ କିଲନ୍ ୧ ଏବଂ ୨ ଅଞ୍ଚଳରେ ଆଜି କାରଖାନାର ସୁରକ୍ଷା ବିଭାଗ ପକ୍ଷରୁ ଜରୁରୀକାଳୀନ ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇ ଯାଇଛି। ଫେକ୍ଟ୍ରି ଏଣ୍ଡ୍ ବଏଲର୍ ବିଭାଗର ଡେପୁଟୀ ଡାଇରେକ୍ଟର ସ୍ବରୂପ ଜେନା, ଆସିଷ୍ଟାଣ୍ଟ ଡାଇରେକ୍ଟର ଉମାକାନ୍ତ ସାମନ୍ତରାୟ, ଜିଲ୍ଲା ଇମର୍ଜେନ୍ସି ଅଫିସର ପି.ମହାରଣା ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ଯୋଗ ଦେଇଥିଲେ। କାରଖାନାର ସୁରକ୍ଷା ଉପଦେଷ୍ଟା ଟି.ଯୋଗେଶ୍ବର ରାଓଙ୍କ ନେତୃତ୍ବରେ ସୁରକ୍ଷା ବିଭାଗର କର୍ମଚାରୀମାନେ ଆପଦକାଳିନ ତଥା ଜରୁରୀକାଳିନ ପରିସ୍ଥିତିର କିପରି ମୁକାବିଲା କରି ସୁରକ୍ଷା ଯୋଗାଇ ହେବ ସେ ସଂକ୍ରାନ୍ତରେ ମକ୍ ଡ୍ରିଲ୍ ପ୍ରଦର୍ଶନ କରିଥିଲେ। ସୁରକ୍ଷା ବିଭାଗର ମହାପ୍ରବନ୍ଧକ ଅଶୋକ ବିଶ୍ବାଲ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ। ଏହି ଅବସରରେ ଜେଏସ୍ ଡବ୍ଳୁ-ଭୁଷଣ କାରଖାନାର ନିର୍ଦ୍ଦେଶକ ଅନିଳ କୁମାର ସିଂହ, ଫେକ୍ଟ୍ରି ମେନେଜର ଉମେଶ ମିଶ୍ର, ଉପ-ସଭାପତି (ପ୍ରଶାସନ) ଧନଞ୍ଜୟ ସିହ୍ନା ପ୍ରମୁଖ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

Related Articles

Popular Categories