www.samajalive.in
Monday, December 8, 2025
16.1 C
Bhubaneswar

ପି ଆଇ ଇଣ୍ଡଷ୍ଟ୍ରି ଦ୍ଵାରା ଚକଡା ପୋକର ଦମନ ପାଇଁ ନୂତନ କୀଟନାଶକର ଶୁଭାରମ୍ଭ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଆନ୍ଧ୍ର କଲ୍ୟାଣ ମଣ୍ଡପ ଠାରେ ବରଗଡ଼,ସମ୍ବଲପୁର ,ଭେଡେନ ଓ ଅତାବିରାର ଚାଷୀ ମାନଙ୍କୁ ନେଇ ପି ଆଇ ଇଣ୍ଡଷ୍ଟ୍ରି  ଜାପାନ ଜ୍ଞାନକୌଶଳରେ ଏକ୍ସ ପି ଟେକ୍ନୋଲୋଜି ରେ  ତିଆରି ଚକଡା଼ ପୋକର କୀଟନାଶକ “ଡିଷ୍ଟ୍ରିପ୍ଟର” ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ସର୍ବ ଭାରତୀୟ ଶସ୍ୟ ପ୍ରବନ୍ଧକ ଦେବେନ୍ଦ୍ର ବାବୁ ଦଶରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ଜୋନ ପ୍ରବନ୍ଧକ ଧନରାଜ୍ ଅଗ୍ରୱାଲ,ରାଜ୍ୟ ଆଞ୍ଚଳିକ ପ୍ରବନ୍ଧକ ଦୀନେଶ ଚନ୍ଦ୍ର ଜେନା,ରାଜ୍ୟ  ବଜାର ପ୍ରବନ୍ଧକ ନିରଞ୍ଜନ ଦାସ, ଟେରିଟୋରି ପ୍ରବନ୍ଧକ ମାନସ ନାୟକ ମଞ୍ଚାଷିନ ହୋଇଥିଲେ ।  ଦୀପ ପ୍ରଜ୍ବଳନ ପରେ ଜାତୀୟ ସଙ୍ଗୀତ ରୁ କାର୍ଯ୍ୟ କ୍ରମର ଶୁଭାରମ୍ଭ  ହୋଇଥିଲା ।   ଅତିଥି ମାନେ ଏହି କୀଟନାଶକର  ପ୍ରୟୋଗ ବିଧି,ବ୍ୟବହାର ବିଧି ଆଦି ଉପରେ ଚାଷୀମାନଙ୍କୁ ବିଭିନ୍ନ ଭାଷାରେ ବିସ୍ତୃତ ଭାବରେ  ବୁଝାଇବା ସହ ପ୍ରୋଜେକ୍ଟର ମାଧ୍ୟମରେ ତାକୁ ପ୍ରଦର୍ଶନ କରୁଥିଲେ।
ଏହା ବ୍ୟତୀତ ଚାଷୀଙ୍କ ବିଭିନ୍ନ ପ୍ରଶ୍ନ  ର ସନ୍ତୋଷ ଜନକ ଉତ୍ତର ରଖିଥିଲେ।କେତେକ ଚାଷୀ ଅତୀତରେ ବିଭିନ୍ନ କୀଟନାଶକ  ପ୍ରୟୋଗ କରି ସେମାନେ  କିପରି କ୍ଷତିଗ୍ରସ୍ତ ହୋଇଛନ୍ତି ସେଇ ଅନୁଭୂତି କୁ ପ୍ରକାଶ କରିବା ସହିତ ଏହି ନୂତନ ଚକଡା଼ ରୋଗ ର କୀଟନାଶକ ର କାର୍ଯ୍ୟକାରିତା ଉପରେ ପ୍ରଶ୍ନ କରିଥିଲେ।କିନ୍ତୁ ପ୍ରବନ୍ଧକ ମାନେ ଏହି ଔଷଧ  ବିଶେଷ ଭାବରେ ଫଳପ୍ରଦ ହେବ  ଏବଂ ଫସଲରେ ଚକଡା଼ ଜନିତ କ୍ଷୟ କ୍ଷତିରୁ ଚାଷୀ ମାନେ ରକ୍ଷା ପାଇବେ ବୋଲି ପ୍ରକାଶ କରିଥିଲେ।ଧାନ ରୋଇବା ର ୪୫ ରୁ ୬୦ ଦିନ ଭିତରେ ଏହି ଡିଷ୍ଟ୍ରିପ୍ଟର କୁ ଏକର ପିଛା ୧୩୩,୨ ଗ୍ରାମ ସିଞ୍ଚନ କଲେ ୨୫ ରୁ ୩୦ ଦିନ ମଧ୍ୟରେ ଚକଡା଼ ଦମନ ହୋଇପାରିବ ଏଥିରେ କୌଣସି ସନ୍ଦେହ  ନାହିଁ ବୋଲି  କହିଥିଲେ।ଏହା ପୂର୍ବରୁ ହୋଇଥିବା ଖରିଫ ଫସଲରେ ଅନେକ ଚାଷୀ ଏହି କୀଟନାଶକ ପ୍ରୟୋଗ କରି ଉପକୃତ ହୋଇଥିବା କମ୍ପାନୀର ପ୍ରବନ୍ଧକ ମାନେ କହିଥିଲେ। ଏହି ଅବସରରେ  କୀଟନାଶକ ଉପରେ ଏକ ଲକି ଡ୍ର କରାଯାଇଥିଲା ଓ ୧୨ ଜଣ ଙ୍କୁ  ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ  କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ବ ଚାଷୀ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories