ସାହିତ୍ୟିକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ରେଙ୍ଗାଲି: ସ୍ୱନାମଧନ୍ୟ ସାହିତ୍ୟ ସ୍ରଷ୍ଟା ଆଦର୍ଶ ଶିକ୍ଷକ ମଙ୍ଗଳୁ ଚରଣ ବିଶ୍ୱାଳ ମାଟିରୁ ଅକାଶକୁ ଛୁଇଁ ପାରିଥିବା ବହୁମୁଖୀ ପ୍ରତିଭାଧାରୀ ବ୍ୟକ୍ତିତ୍ୱ। ତାଙ୍କର ସାରସ୍ୱତ କୃତୀ ପାଇଁ ସେ ଚିରକାଳ ପାଇଁ ଧ୍ରୁବ ତାରା ଭଲି ଅମର ହୋଇ ରହିବେ। ଓଡିଆ ଏବଂ ସମ୍ବଲପୁରୀ ଭାଷା ସାହିତ୍ୟ କ୍ଷେତ୍ରରେ ତାଙ୍କ ଅନବଦ୍ୟ ଅବଦାନ ଅଗାମୀ ପିଢି ପାଇଁ ଅମୂଲ୍ୟ ସମ୍ପଦ ଏବଂ ପ୍ରେରଣାର ଉତ୍ସ ହୋଇ ରହିବ। ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତିକୁ ବିଶ୍ୱଦରବାରରେ ପ୍ରତିଷ୍ଠିତ କରାଇବାରେ ତାଙ୍କର ଅବଦାନ ଇତିହାସ ପୃଷ୍ଠାର ଏକ ସ୍ୱର୍ଣିମ ଅଧ୍ୟାୟ ବୋଲି ଆଜି ସାହିତ୍ୟ ସାଧକ ମଙ୍ଗଳୁ ଚରଣ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧଦିବସ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାପରେ ବକ୍ତାମାନେ ମତବ୍ୟକ୍ତ କରି ଦିବଙ୍ଗତ ସାହିତ୍ୟିକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

prayash

ଏହି ଅବସରରେ ସ୍ୱର୍ଗତ ବିଶ୍ୱାଳଙ୍କ ଜୟନ୍ତି ଦିବସକୁ ସ୍ରଷ୍ଠା ଦିବସ ରୂପେ ପାଳନ କରାଯିବାକୁ ଦାବି କରାଯାଇଥିଲା। ସ୍ୱର୍ଗତ ବିଶ୍ୱାଳଙ୍କ ବାସସ୍ଥାନ ବାରଡୁଙ୍ଗୁରୀ ଗ୍ରାମରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭା ପ୍ରାରମ୍ଭରେ ଦିବଙ୍ଗତଙ୍କ ଆତ୍ମାର ଶାନ୍ତି ଓ ସଦ୍‍ଗତି ନିମନ୍ତେ ଦୁଇ ମିନିଟ୍‍ ନୀରବ ପ୍ରାର୍ଥନା କରାଯାଇଥିଲା। ସ୍ୱର୍ଗତ ବିଶ୍ୱାଳଙ୍କ ଜ୍ୱାଇଁ କବି ସୁଶିଲ ତ୍ରିପାଠି ପ୍ରାରମ୍ଭିକ ସୂଚନା ଦେଲା ପରେ ଅନିଳ ଦାସ ଏବଂ ସତ୍ୟନରାୟଣ ଠାକୁରଙ୍କ ସଂଯୋଜନାରେ ପରିଚାଳିତ ସଭାରେ ସାହିତ୍ୟିକ ଦ୍ୱାରିକାନାଥ ନାୟକ, ଗବେଷକ ଡଃ ଶ୍ୟାମସୁନ୍ଦର ଧର, ସାହିତ୍ୟିକ ତଥା ସାମ୍ବାଦିକ ସୁକାନ୍ତ କର, ହେମନ୍ତ ପଟେଲ, ଉତ୍ପନ୍ନ ଭୋ.କ୍ଷୀରୋଦ କୁଅଁର, ନରେନ୍ଦ୍ର ମହାନ୍ତି, ସନ୍ତୋଷ ତ୍ରିପାଠି, ବସନ୍ତ ନାଥ, ତେଜରୁ ବାରିକ, ସ୍ୱର୍ଗତ ବିଶ୍ୱାଳଙ୍କ ସହକର୍ମୀ ଭିକାରୀପ୍ରସାଦ ନାୟକ, କୈଲାସ ବାରିକ, ଉଦିତ ପାଟ୍ଟଯୋଶୀ, ପୁରାତନ ଛାତ୍ର ତଥା ଶିକ୍ଷକ ତ୍ରିଲୋଚନ ସାହୁ, ହିରାଲାଲ୍‍ ବାରିକ୍‍, ଶ୍ରୀକର ଭୋଇ, ଶ୍ରୀକର ଭୋଇ, ରାଜଶ୍ରୀ ପାଢି ପ୍ରମୁଖ ସ୍ୱର୍ଗତ ବିଶ୍ୱାଲ ବିଶ୍ୱାଳଙ୍କ ସାରସ୍ୱତ କୃତି, ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ତାଙ୍କର ଆଦର୍ଶ ଶିକ୍ଷକତା ଜୀବନର ସ୍ମୃତି ଚାରଣ କରି ଭାବପୂର୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

kalyan agarbati

Comments are closed.