ଅସହାୟ ଶିକ୍ଷକ ପରିବାରଙ୍କୁ ଭେଟିଲା ଶିକ୍ଷା ବିଭାଗ
ରେଙ୍ଗାଲିକ୍ୟାମ୍ପ: ଜଣେ ପ୍ରାଥମିକ ଶିକ୍ଷକ ତଥା ରେବିଡ ଟିମ୍ ଉଦେପୁର ର ସଚ୍ଚିଦାନନ୍ଦ ଝାଙ୍କର ଙ୍କ ପରଲୋକ ହେବା ପରେ ତାଙ୍କ ପରିବାର ଏବେ ଅସହାୟ ହୋଇ ଯାଇଛନ୍ତି। ସ୍ବର୍ଗତ ଝାଙ୍କର ଥିଲେ ପରିବାର ପାଇଁ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି। ତାଙ୍କର ମୃତ୍ୟୁପରେ ଏବେ ତାଙ୍କର ବିଧବା ପତ୍ନୀଙ୍କ ଉପରେ ପରିବାରର ସମସ୍ତ ବୋଝ ଆସିଯାଇଛି। ଦୁଇ ଝିଅ ଓ ପୁଅର ସମସ୍ତ ପାଠପଢ଼ା ଖର୍ଚ୍ଚ ତୁଲାଇବା ପାଇଁ ଏବେ ସେ ଅସମର୍ଥ ହୋଇ ପଡ଼ିଛନ୍ତି । ଏମିତି ପ୍ରତିକୂଳ ପରିସ୍ଥିତି ସମୟରେ ସେ କ’ଣ କରିବେ କିଛି ଚିନ୍ତା କରି ପାରୁନଥିଲେ।
ତାଙ୍କର ଏହି ସବୁ ସମସ୍ୟାକୁ ହୃଦୟଙ୍ଗମ କରିପାରି ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ମଛିନ୍ଦ୍ର ମଲ୍ଲିକ ସିଆର୍ସିସି ସୂର୍ୟ୍ୟ ନାରାୟଣ ପଟେଲଙ୍କୁ ନିର୍ଦେଶ ଦେଇଥିଲେ ସେଇ ଅସହାୟ ପରିବାରଙ୍କ ନିକଟକୁ ଯାଇ ତାଙ୍କର ସମସ୍ୟାକୁ ବୁଝିବା ପାଇଁ। ତେଣୁ ଆଜି ଶ୍ରୀ ପଟେଲ ପହଞ୍ଚିଥିଲେ ସେଇ ଅସହାୟ ପରିବାର ପାଖକୁ। ସ୍ବର୍ଗତ ଝାଙ୍କରଙ୍କ ବିଧବା ପତ୍ନୀଙ୍କ ଠାରୁ ସବୁ ଶୁଣି ସେ ତାଙ୍କୁ ସାନ୍ତ୍ବନା ଦେବା ସହ ସରକାରୀ ସହାୟତା, ବକେୟା ଦରମା ତଥା ଏରିୟର ଟଙ୍କା କିପରି ସହଜରେ ମିଳିପାରିବ ସେଥିପାଇଁ ସେମାନେ ସମସ୍ତ ପ୍ରକାର ବ୍ୟବସ୍ଥା ଅତି ଶୀଘ୍ର କରିବେ ବୋଲି କହିଥିଲେ। ସିଆରସିସିଙ୍କ ଏହି ପ୍ରତିଶ୍ରୁତିରେ ସ୍ବର୍ଗତ ଝାଙ୍କରଙ୍କ ପତ୍ନୀ ଜୟନ୍ତୀ ଅତ୍ୟନ୍ତ ଖୁସି ହୋଇ ସିଆରସିସି ଶ୍ରୀ ପଟେଲ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
Comments are closed.