www.samajalive.in
Sunday, December 7, 2025
23.1 C
Bhubaneswar

ସହଯୋଗର ହାତ ବଢାଇଛି ରେଡ୍ ସ୍ବସ୍ତିକ୍

ଭୂବନେଶ୍ବର: କରୋନା ମହାମାରୀ ସଂକ୍ରମଣ ହ୍ରାସ ନେଇ ସଚେତନତା ସୃଷ୍ଟି କରିବାକୁ କମିସନରେଟ ପୋଲିସ ଓ ଭୁବନେଶ୍ବର ମହାନଗର ନିଗମ ମିଳିତ ସହଯୋଗରେ ସ୍ବେଚ୍ଛାସେବୀ ସଂଗଠନ ରେଡ୍ ସ୍ବସ୍ତିକ୍ ପକ୍ଷରୁ ସହଯୋଗର ହାତ ବଡ଼ାଇଛି। ଏହି ଅବସରରେ କରୋନା ଯୋଦ୍ଧା ଭାବେ ବିବେଚିତ ପୁଲିସ ଓ ଡାକ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଟାଣ ଖରାରେ କର୍ତ୍ତବ୍ୟରତ ପୁଲିସଙ୍କୁ ଛତା ଓ ଘରକୁ ଘର ବୁଲି ଡାକ ସେବା ଯୋଗଉ ଥିବା ଡାକ କର୍ମଚାରୀଙ୍କୁ ମାସ୍କ ପ୍ରଦାନ କରାଯାଇଥିଲା। ସେହିପରି ଅନୁଷ୍ଠାନ ପକ୍ଷରୁ ରାସନ ପ୍ୟାକେଟ୍ ନିରାଶ୍ରୟ ତଥା ଅସହାୟଙ୍କୁ ୭୫୦୦ରୁ ଊର୍ଦ୍ଧ୍ବ ପ୍ୟାକେଟ୍ ବିତରଣ କରାଯାଇଛି ବୋଲି ଅନୁଷ୍ଠାନର ସଚିବ ଦେବାଶିଷ ପଟ୍ଟନାୟକ କହିଛନ୍ତି। ରେଡ଼୍‌ ସ୍ୱସ୍ତିକ୍ ସ୍ବସ୍ତିକ୍ ପକ୍ଷରୁ କମିସନରେଟ୍ ପୋଲିସଙ୍କୁ ୫୧୫ ଓ ଡାକ ସେବା କର୍ମଚାରୀଙ୍କୁ ୧୦୦୦ରୁ ଅଧିକ ମାସ୍କ ପ୍ରଦାନ କରାଯାଇଛି।

ଆଗାମୀ ଦିନରେ ଲକ୍‌ଡାଉନ୍ ସ୍ଥିତିକୁ ଦୃଷ୍ଟି ରଖି ଏହି କାର୍ୟ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି। ଏହା ସହିତ ସାପତିକ ସ୍ଥିତିରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଅନୁଷ୍ଠାନ ପକ୍ଷରୁ ଆଗାମୀ ୨୮ ତାରିଖରେ କମିସନରେଟ୍ ପୋଲିସ ସହଯୋଗରେ ପୋଲିସ୍ ରିଜର୍ଭ ଅଫିସ୍ ଠାରେ ରକ୍ତଦାନ ଶିବିରର ଆୟୋଜନ କରାଯାଇଛି। ଏହି ଶିବିରରେ ସ୍ବେଛ୍ଛାକୃତ ଭାବେ ରକ୍ତ ଦାନ କରିବାକୁ ସେ ନିବେଦନ କରିଛନ୍ତି। ଏହି କାର୍ୟ୍ୟକ୍ରମମାନଙ୍କରେ ରେଡ୍ ସ୍ବସ୍ତିକ୍‌ର ସମସ୍ତ ସଦସ୍ୟଙ୍କ ସହ ଗଗନ ପଇତାଲ୍ ସହଯୋଗ କରୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories