www.samajalive.in
Sunday, December 7, 2025
26.1 C
Bhubaneswar

କ’ଣ ପାଇଁ ଘଟିଲା ଦଳାଚକଟା, କ’ଣ କହୁଛନ୍ତି ପ୍ରତ୍ୟକ୍ଷଦର୍ଶୀ ?

ସମାଜ ଡିଜିଟାଲ ଡେସ୍କ: ରଥଯାତ୍ରା ପାଇଁ ଏତେ ପ୍ରସ୍ତୁତି ପରେ ବି ଯାହା ନ ଘଟିବା କଥା ତାହା ଘଟିଗଲା। ଦଳାଚକଟାରେ ଚାଲିଗଲା ୩ ମୂଲ୍ୟବାନ ଜୀବନ। ତେବେ ଏଥିପାଇଁ ଦାୟୀ କିଏ ? କ’ଣ ପାଇଁ ଏଭଳି ଅଘଟଣ ଘଟିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ରଥଯାତ୍ରାର ପ୍ରଥମ ଦିନରେ ଅସମ୍ଭାଳ ଭିଡ଼ ଯୋଗୁ ପ୍ରାୟ ୧ ହଜାର ଶ୍ରଦ୍ଧାଳୁ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣା ରଥଯାତ୍ରା କେତେ ବ୍ୟବସ୍ଥିତ ତାହା ସ୍ପଷ୍ଟ ବାରି ହୋଇପଡ଼ିଥିଲା। ତଥାପି ପ୍ରଶାସନ କିମ୍ବା ପୁଲିସ ଚେତିଲେ ନାହିଁ। କୌଣସି ସତର୍କତାମୂଳକ ପଦକ୍ଷେପ ନିଆଗଲା ନାହିଁ। ପ୍ରତିବର୍ଷ ରଥରେ ଦିଅଁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଥାଏ। ପୁଲିସ ଏବଂ ପ୍ରଶାସନ ଏହା ଜାଣିଥିଲେ ବି ଶୃଙ୍ଖଳିତ ଦର୍ଶନ ପାଇଁ କିଛି ବ୍ୟବସ୍ଥା ହୋଇ ନ ଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦଳାଚକଟା ସମୟରେ ପୁଲିସ ଉପସ୍ଥିତ ନ ଥିଲା। ଭିଡ଼କୁ ନିୟନ୍ତ୍ରଣ କରିବାକୁ କେହି ନ ଥିଲେ।

- Advertisement -

ଆମ ଖବରଦାତାଙ୍କଠାରୁ ମିଳିଥିବା ସୂଚନା ଅନୁସା​‌ରେ, ଶରଧାବାଲିରେ ୩ ରଥ ଲାଗିବା ପରେ ଠାକୁରଙ୍କୁ ଦର୍ଶନ କରିବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲେ। ରାତି ସମୟରେ ଭିଡ଼ ବଢ଼ି ଚାଲିଥିଲା। ତେବେ ରାତି ପ୍ରାୟ ୧୨ଟା ୧୫ ବେଳକୁ ଠାକୁରଙ୍କ ପହୁଡ଼ ପଡ଼ିଯାଇଥିଲା, ଯାହା ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ହୋଇଥିଲା। ଯାହାଫଳରେ ଦର୍ଶନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ବିଳମ୍ବିତ ରାତି ପ୍ରାୟ ୪ଟା ବେଳକୁ ପହୁଡ଼ ଖୋଲିଥିଲା। ଫଳରେ ଶ୍ରଦ୍ଧାଳୁମାନେ ଦର୍ଶନ ପାଇଁ ଦୌଡ଼ାଦୌଡ଼ି ହୋଇଥିଲେ। ଏହି କାରଣରୁ ଠେଲାପେଲା ହୋଇ ଦଳାଚକଟା ଘଟିଥିବା ଜଣାପଡ଼ିଛି।

ପୂର୍ବ ବର୍ଷଗୁଡ଼ିକରେ ବିଳମ୍ବିତ ରାତିରେ ପହୁଡ଼ ପକାଯାଏ। ତେଣୁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ରଥରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରୁଥିଲେ। କିନ୍ତୁ ଏଥର ଆଗୁଆ ପହୁଡ଼ ପକାଯାଇଥିଲା। ଅନ୍ୟପଟେ ପୂର୍ବ ବର୍ଷଗୁଡ଼ିକରେ ପହୁଡ଼ ପକାଗଲେ ବି ଶ୍ରୀଜୀଉମାନଙ୍କ ନେତ୍ର ଦୃଶ୍ୟମାନ ହୋଇଥାଏ, ଯାହାକୁ ଦର୍ଶନ କରି ଶ୍ରଦ୍ଧାଳୁ ଆନନ୍ଦିତ ହୁଅନ୍ତି। ମାତ୍ର ଗତକାଲି ରାତିରେ ସମ୍ପୂର୍ଣ୍ଣ ପହୁଡ଼ ପକାଯାଇଥିଲା। ଶ୍ରୀଜୀଉମାନେ ଆଦୌ ଦୃଶ୍ୟମାନ ହୋଇ ନ ଥିଲେ। ଏଭଳି କାହିଁକି କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣା ସଂକ୍ରାନ୍ତରେ ଶ୍ରୀମନ୍ଦିର ପ୍ରଶାସନ ତଥା ରଥ ପରିଚାଳନା କମିଟି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବୋଲଗଡ଼ ଅଞ୍ଚଳର ମୃତା ବାସନ୍ତୀ ସାହୁଙ୍କ ସ୍ଵାମୀ ଦିଲ୍ଲୀପ ସାହୁଙ୍କ କହିବା ଅନୁସାରେ, ରାତି ୪ଟା ପରେ ଶ୍ରଦ୍ଧାଳୁଙ୍କ ଭିଡ଼ ବଢ଼ିଥିଲା। କେହି ପୁଲିସ କିମ୍ବା ପ୍ରଶାସନିକ ଅଧିକାରୀ ଉପସ୍ଥିତ ନ ଥିଲେ। ଜଣେ ଯୁବକ ହଠାତ ପାଟି କରି ଦୌଡ଼ି ଆସିଥିଲେ। ଫଳରେ ଅନ୍ୟ ଶ୍ରଦ୍ଧାଳୁମାନେ ବି ଦୌଡ଼ାଦୌଡ଼ି ହୋଇ  ରଥ ଆଡକୁ ମୁହାଁଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ଠେଲାପେଲାରେ ତଳେ ପଡ଼ିଯାଇଥିଲେ। ୨୫୦ରୁ ୩୦୦ ଶ୍ରଦ୍ଧାଳୁ ତାଙ୍କ ସ୍ତ୍ରୀଙ୍କ ଉପରେ ଚଢ଼ି ଚାଲିଯାଇଥିଲେ। ଘଟଣା ପରେ କୌଣସି କେହି ପୁଲିସ କିମ୍ବା ଆମ୍ବୁଲାନ୍ସ ସହାୟତା ପାଇଁ ନ ଥିଲେ। ସେ ନିଜେ ତାଙ୍କ ସ୍ତ୍ରୀଙ୍କୁ ଧରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଥିରେ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆହତ ମଧ୍ୟ ହୋଇଥିବା ଦିଲ୍ଲୀପ କହିଛନ୍ତି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories