www.samajalive.in
Sunday, December 7, 2025
18.1 C
Bhubaneswar

ବିଦ୍ୟୁତ ଦର ବୃଦ୍ଧି ଅପରିଣାମଦର୍ଶୀ ଓ ଅମାନବୀୟ : ପଞ୍ଚାନନ କାନୁନଗୋ

ଭୁବନେଶ୍ୱର : ବଡ଼ ଦୁଃଖ ଓ ପରିତାପର ବିଷୟ କରୋନା ମହାମାରୀ ସମୟରେ ଦୀର୍ଘଦିନ ଧରି ଜୀବନ ଜୀବିକା ପାଇଁ ଲଢ଼େଇ କରୁ ଥିବା ଲୋକଙ୍କ ଉପରେ ବିଦ୍ୟୁତ ଦର ବୃଦ୍ଧି ଏକ ଶକ୍ତ ଆଘାତ ଆଣିଦେଇଛି ବୋଲି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି। ସମସ୍ତ ଦୋକାନୀ କ୍ଷୁଦ୍ର ଓ ମଧ୍ୟମଧରଣର କଳକାରଖାନା ଏପର୍ଯ୍ୟନ୍ତ ଅଣ୍ଟାସଳଖି ନାହାନ୍ତି । ସେହି ସମୟରେ ବିଦ୍ୟୁତ ଦର ବୃଦ୍ଧି କରି ଚାପ ସୃଷ୍ଟି କରିବା ଓଇଆରସିର ବିଚାର ଆଦୌ ଠିକ୍ ମାର୍ଗରେ ଯାଇନାହିଁ । ରାଜ୍ୟ ସରକାର ମଧ୍ୟ ଏହା ବନ୍ଦ କରିବାକୁ ଉଦ୍ୟମ କରିନାହାନ୍ତି । ଏପରି ଦର ବୃଦ୍ଧି କ୍ରସ ସବସିଡ୍ ହିସାବକୁ ନେଲେ ୟୁନିଟ୍ ପିଛା ୭ଟଙ୍କାରୁ ୮ ଟଙ୍କା ପାଖାପାଖି ହୋଇଛି । ଯେଉଁ ସମୟରେ ରାଜ୍ୟର ବିଦ୍ୟୁତ ବ୍ୟବହାରର ୨୨ ଭାଗ ଜଳବିଦ୍ୟୁତରୁ ଆସୁଛି ଏବଂ ୧୦ଭାଗ ସୋଲାର ଏନର୍ଜି ବା ସୌରଶକ୍ତିରୁ ଆସୁଛି । ସମସ୍ତ ଫର୍ମାଲ ବିଦ୍ୟୁତ ଉତ୍ପାଦନ ଓ ଆବଶ୍ୟକ ବିଦ୍ୟୁତ କ୍ରୟକୁ ମିଶାଇଲେ ୟୁନିଟ୍ ପିଛା କ୍ରୟ ମୂଲ୍ୟ ସର୍ବମୋଟ ଟ ୨.୮୦ ପଇସାରୁ ଉର୍ଦ୍ଧ ହେବ ନାହିଁ । ଉତ୍ପାଦନ ଖର୍ଚ୍ଚ ଏତେ କମ ଥାଇ ବିକ୍ରିଖର୍ଚ୍ଚ କାହିଁକି ବଢ଼ାଗଲା ବୋଲି ଶ୍ରୀ କାନୁନଗୋ କହିଛନ୍ତି ।

ସେ ଆହୁରି ମଧ୍ୟ ପଚାରିଛନ୍ତ ବିଭିନ୍ନ ବିତରକ କମ୍ପାନୀ ଉପରେ ବକେୟା ଥିବା ଅର୍ଥ ପାଖାପାଖି ୨ ହଜାର କୋଟି ଓ ବଡ଼ ବଡ଼ କମ୍ପାନୀ ମାନଙ୍କ ଉପରେ ବାକି ରହିଥିବା ୪ହଜାର କୋଟି ଟଙ୍କା ସରକାର ଆଦାୟ କରିନାହାନ୍ତି । ରାଜ୍ୟ ସରକାରଙ୍କ ଉପରେ ବାକିଥିବା ପାଖାପାଖି ୨.୫ ହଜାର ଟଙ୍କା ମଧ୍ୟ ଆଦାୟ ହୋଇନାହିଁ । ଓଇଆରସି ତଥା ରାଜ୍ୟ ସରକାର ଏ ସମ୍ପର୍କରେ ଜନସାଧାରଣଙ୍କ ନିକଟରେ ସ୍ପଷ୍ଟିକରଣ ଦେବା ଉଚିତ୍। ରାଜ୍ୟର ସବୁବର୍ଗର ଉପଭୋକ୍ତା ଏପରି ଅଯୁକ୍ତିକ ବିଦ୍ୟୁତ ଦରବୃଦ୍ଧି ବିରୁଦ୍ଧରେ ପ୍ରତିବାଦ କରିବା ନିମନ୍ତେ ସେ ନିବେଦନ କରିଛନ୍ତି ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories