ଧନୀ ହେବେ କେମିତି ? ଆପଣାନ୍ତୁ ଏହି ଉପାୟ..

ସମାଜ ଲାଇଭ୍: ଧନୀହେବେ କେମିତି ? ଆପଣଙ୍କ ନିକଟକୁ କିପରି ଆସିବ ଟଙ୍କା ? ନୂଆବର୍ଷରୁ ଆପଣାନ୍ତୁ ଏହିସବୁ ଉପାୟ । ଯାହା ଅପଣଙ୍କ ସ୍ବପ୍ନ ପୂରଣ କରିବା ସହ ଆପଣଙ୍କୁ ଧନୀ କରିବାରେ ସାହାଯ୍ୟ କରିବ । ତେବେ ଜାଣି ରଖନ୍ତୁ ଏହି ସବୁ ଉପାୟ ।

ଯଦି ଆପଣଙ୍କ ସ୍ବଳ୍ପ ରୋଜଗାର ହୋଇଥାଏ । ତେବେ ଆଜିଠାରୁ ସଞ୍ଚୟ ଆରମ୍ଭ କରନ୍ତୁ । ଯେକୌଣସି ଜିନିଷକୁ ଅନ୍ୟଠୁ ଭଲ କରିବାର ଲକ୍ଷ୍ୟ ରଖନ୍ତୁ । ଯାହା ଦ୍ବାରା ଆପଣ ଶୀର୍ଷକୁ ଯାଇପାରିବେ । ଏବଂ ନିଜର ଦକ୍ଷତାକୁ ସମ୍ପୂର୍ଣ୍ଣ ଭାବେ ପରିପ୍ରକାଶ କରନ୍ତୁ । ଅଧିକାଂଶ ଖେଳାଳୀ କିମ୍ବା ଶିଳ୍ପପତି କୋଟିପତି ଅଟନ୍ତି । କାରଣ ସେମାନେ ସେମାନଙ୍କର ଦକ୍ଷତାକୁ ପୂର୍ଣ୍ଣ ଭାବରେ ବ୍ୟବହାର କରୁଛନ୍ତି । ତେଣୁ ଆପଣ ନିଜର କାମକୁ ଭଲଭାବେ କରନ୍ତୁ । ଯାହା ଦ୍ବାରା ଆପଣ ଭଲ ରିଟର୍ଣ୍ଣ ପାଇବେ ।
ସଫଳ ବ୍ୟକ୍ତିମାନେ ସବୁବେଳେ ନିଜକୁ ଉନ୍ନତ କରିବାରେ ସମୟ, ଶକ୍ତି ଏବଂ ଅର୍ଥ ବିନିଯୋଗ କରିଥାନ୍ତି । ତେଣୁ ଆପଣ କେଉଁଭଳି କାମ ଭଲରେ କରିପାରିବେ ଜାଣନ୍ତୁ । ପରେ ସେହି କାମକୁ ନେଇ ଯେଉଁ ମାନେ ଶ୍ରେଷ୍ଠ ଅଛନ୍ତି ତାଙ୍କର ଅଗ୍ରଗତିକୁ ଅନୁସରଣ କରନ୍ତୁ । ଯାହା ଆପଣଙ୍କୁ ଆପଣଙ୍କ ଲକ୍ଷ୍ୟରେ ପହଞ୍ଚାଇବ ।

ସବୁବେଳେ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ । ସଞ୍ଚୟ ଦ୍ବାରା ଆପଣ ଆପଣଙ୍କ ଲକ୍ଷ୍ୟ ହାସଲ କରିପାରିବେ । ଯାହା ଫଳରେ ଆପଣ ସହଜରେ ଆହୁରି ବଡ଼ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବେ । ଗୋଟିଏ ବର୍ଷରେ ଅର୍ଥ ରାଶି ୧୦% ବୃଦ୍ଧି ହେବା ଉଚିତ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ କେବଳ ପାଞ୍ଚ ପ୍ରତିଶତ ବୃଦ୍ଧି କରିପାରିବେ ।
ସବୁବେଳେ ନିଜର ଅର୍ଥକୁ ସଠିକ୍ ଉପାୟରେ ଖର୍ଚ୍ଚ କରନ୍ତୁ । ଏବଂ ସଞ୍ଚୟକୁ ସଠିକ୍ ସ୍ଥାନରେ ବିନିଯୋଗ କରନ୍ତୁ । ସଠିକ୍ ସ୍ଥାନରେ ବିନିଯୋଗ କରିବା ଦ୍ବାରା ଆପଣ ବଡ଼ ରିଟର୍ଣ୍ଣ ପାଇପାରିବେ ।

ସବୁବେଳେ ମନେରଖିବେ କ୍ଷତିକୁ କୌଣସି ସମୟରେ ଭୟ କରିବେ ନାହିଁ । କ୍ଷତିର ଭୟ ଲାଭର ଆନନ୍ଦ ଅପେକ୍ଷା ଅନେକ ଲୋକଙ୍କୁ ପ୍ରଭାବିତ କରିଥାଏ । ସମସ୍ତ ସମୟରେ ସରଳ ଉପାୟ ଅବଲମ୍ବନ କରନ୍ତୁ । ରିଟର୍ଣ୍ଣର ଉଚ୍ଚ ଆଶା ରଖନ୍ତୁ ନାହିଁ ।

ସଞ୍ଚୟ କରିଥିବା ଅର୍ଥକୁ ଗୋଟିଏ ଲକ୍ଷ୍ୟ ପାଇଁ ବିନିଯୋଗ କରନ୍ତୁ । ଏହା ବ୍ୟତୀତ ଅନ୍ୟ କାର୍ୟ୍ୟରେ ଖର୍ଚ୍ଚ କରନ୍ତୁ ନାହିଁ । ବିନିଯୋଗ ସଠିକ୍ ଦିଗରେ କଲେ ନିଶ୍ଚୟ ଭଲ ଲାଭ ପାଇବେ । କିଛି ଜରୁରୀକାଳୀନ ପାଣ୍ଠିବି କରନ୍ତୁ । କୌଣସି ସମୟରେ ବି ଜରୁରୀକାଳୀନ ପାଣ୍ଠି ଆପଣଙ୍କୁ ସହାୟତା ଦେବ ।

Comments are closed.