www.samajalive.in
Monday, December 8, 2025
14.1 C
Bhubaneswar

ଆରବିଆଇ ପକ୍ଷରୁ ମୁଦ୍ରା ନୀତି ଘୋଷଣା : ରେପୋ ଓ ରିଭର୍ସ ରେଟ୍ ଅପରିବର୍ତ୍ତିତ

ମୁମ୍ବଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୨୨ ମସିହାରେ ପ୍ରଥମ ମୁଦ୍ରା ନୀତି ଘୋଷଣା କରିଛି । ଆରବିଆଇ ପକ୍ଷରୁ ଚଳିତ ବର୍ଷର ପ୍ରଥମ ମୁଦ୍ରା ନୀତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ଘୋଷଣା କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଏଥର ମଧ୍ୟ ରେପୋ ରେଟ୍ ଅପରିବର୍ତ୍ତିତ ରହିଛି । କ୍ରମାଗତ ୧୦ମ ଥର ପାଇଁ ଆରବିଆଇ ରେପୋ ଓ ରିଭର୍ସ ରେଟ ଅପରିବର୍ତ୍ତିତ ରଖିଛି।
ସୂଚନାଯୋଗ୍ୟ, ଚଳିତ ମାସ ୮ ତାରିଖରେ ମୁଦ୍ରା ନୀତି କମିଟି ବୈଠକ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିୟୋଗରେ ରାଷ୍ଟ୍ରୀୟ ଶୋକ ଯୋଗୁଁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।

ରିଭର୍ସ ରେପୋ ହାରରେ କୌଣସି ପରିବର୍ତ୍ତନ ନାହିଁ

- Advertisement -

ତିନି ଦିନିଆ ମୁଦ୍ରା ନୀତି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଏହା ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କୌଣସି ପରିବର୍ତ୍ତନ ବିନା ଏମଏସଏଫ ହାର ଏବଂ ବ୍ୟାଙ୍କ ହାର ୪.୨୫ ପ୍ରତିଶତରେ ରହିବ । ଆଶା କରାଯାଉଥିଲା ଯେ ଏଥର ଆରବିଆଇ ରିଭର୍ସ ରେପୋ ରେଟ୍ ପରିବର୍ତ୍ତନ କରି ଏହାକୁ ୦.୨୦ ପଏଣ୍ଟରେ ବୃଦ୍ଧି କରିବ, କିନ୍ତୁ ରିଜର୍ଭ ବ୍ୟାଙ୍କ କୌଣସି ପରିବର୍ତ୍ତନ ନକରି ଏହାକୁ ୩.୩୫ ପ୍ରତିଶତରେ ରଖିଛି।

ଘର-କାର୍ ଋଣ ନେଇଥିବା ବ୍ୟକ୍ତିଙ୍କୁ ଝଟକା

ଆରବିଆଇର ନୁତନ ଘୋଷଣା ଅନୁସାରେ ଘର ଓ କାର୍ ଋଣ ନେଇଥିବା ବ୍ୟକ୍ତିଙ୍କୁ ଝଟକା ଲାଗିଛି । ଯେହେତୁ ଆରବିଆଇ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ ଏଥର ମଧ୍ୟ କୌଣସି ପରିବର୍ତ୍ତନ ବିନା ଅପରିବର୍ତ୍ତିତ ରଖିଛି। ତେଣୁ ଏହା ସ୍ପଷ୍ଟ ହୋଇଯାଇଛି, ଯେ ଏଥର ମଧ୍ୟ ଘର ଋଣ କିମ୍ବା କାର ଋଣରେ କୌଣସି ରିଆତି ପାଇନାହାଁନ୍ତି। ବର୍ତ୍ତମାନର ଇଏମଆଇରେ ରିଜର୍ଭ ବ୍ୟାଙ୍କ ତାଙ୍କୁ କୌଣସି ରିଆତି ଦେଇନାହିଁ।

ମଇ ୨୦୨୦ରେ ଐତିହାସିକ ସ୍ତରକୁ ହ୍ରାସ କରାଯାଇଥିଲା
ଉଲ୍ଲେଖନୀୟ ବିଷୟ ଯେ,ଏହି କେନ୍ଦ୍ରୀୟ ବ୍ୟାଙ୍କ ଗତ ୨୦୨୦ ମଇ ୨୨ରେ ନୀତି ହାରରେ ପରିବର୍ତ୍ତନ କରିଥିଲା । ବ୍ୟାପକ ସ୍ତରରେ କହିବାକୁ ଗଲେ, ରେପୋ ହାର, ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡ଼ିକୁ ସ୍ୱଳ୍ପ ମିଆଦି ଧନ ଋଣ ଆକାରରେ ଦେଇଥାଏ, ତାହା ୪ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । କିନ୍ତୁ, ରିଭର୍ସ ରେପୋ ହାର, ଯେଉଁଥିରେ ଆରବିଆଇ ବ୍ୟାଙ୍କଗୁଡିକରୁ ଋଣ ନେଇଥାଏ, ତାହା ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଥିଲା। ଏମଏସପିଏଫଆର ଏବଂ ବ୍ୟାଙ୍କ ରେଟ୍ ମଧ୍ୟ ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି। ସୂଚନାଯୋଗ୍ୟ ୨୦୨୦ ମେ’ ରେ, କୋଭିଡ -୧୯ ମହାମାରୀ ଦ୍ୱାରା ପ୍ରଭାବିତ ଅର୍ଥନୀତିକୁ ସଜାଡିବା ପାଇଁ ଏହି କେନ୍ଦ୍ରୀୟ ବ୍ୟାଙ୍କ ନିଜର ପ୍ରମୁଖ ନୀତି ହାରକୁ ଐତିହାସିକ ଭାବେ ସର୍ବନିମ୍ନକୁ ହ୍ରାସ କରିଛି।

ମୁଦ୍ରାସ୍ଫୀତି ୪.୫% ନେଇ ପୂର୍ବାନୁମାନ
୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ ୨୦୨୨-୨୩ ପାଇଁ ସିପିଆଇ ମୁଦ୍ରାସ୍ଫୀତି ୪.୫ ପ୍ରତିଶତ ବୋଲି ଅନୁମାନ କରାଯାଉଛି । ମୁଦ୍ରାସ୍ଫୀତିର ଆକଳନ ନେଇ ଶ୍ରୀ ଦାଶ କହିଛନ୍ତି ଯେ ୨୦୨୨-୨୩ ବର୍ଷର ପ୍ରଥମ ତିନି ମାସରେ ମୁଦ୍ରାସ୍ଫୀତି ହାର ୪.୯ ପ୍ରତିଶତ ଏବଂ ଦ୍ୱିତୀୟ ତ୍ରୈ ମାସରେ ୫ ପ୍ରତିଶତ, ତୃତୀୟ ତ୍ରୈ ମାସରେ ୪ ପ୍ରତିଶତ ଏବଂ ଚତୁର୍ଥ ତ୍ରୈ ମାସରେ ୪.୨ ପ୍ରତିଶତ ହେବ ବୋଲି ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଭାରତୀୟ ଅର୍ଥନୀତି ପାଇଁ ଏକ ବଡ଼ ବିପଦ ସଦୃଶ ଦେଖା ଦେଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories