www.samajalive.in
Wednesday, December 10, 2025
15.1 C
Bhubaneswar

ଓଡ଼ିଆ ପୁଅ ଶକ୍ତିକାନ୍ତ – ଏସିଆ ପାସିଫିକ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର

ସମାଜ ପୋର୍ଟାଲ ଡେସ୍କ: ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଚଳିତ ବର୍ଷ ପାଇଁ ‘ଏସିଆ ପାସିଫିକ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ସମ୍ମାନ ନିମନ୍ତେ ମନୋନୟନ କରାଯାଇଛି। ଫାଇନାନସିଲ ଟାଇମସ ଅନ୍ତର୍ଗତ ବ୍ୟାଙ୍କର ମାଗାଜିନ ପକ୍ଷରୁ ଏହି ସୂଚନା ମିଳିଛି। ଅର୍ଥନୀତିକୁ ସୁସଙ୍ଗତ କରି ବିକାଶକୁ ପ୍ରାଧାନ୍ୟ ଦେବା ଓ ସ୍ଥିରତା ଆଣିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା କେନ୍ଦ୍ରୀୟ ବ୍ୟାଙ୍କକୁ ଏହି ସମ୍ମାନ ଦିଆଯାଏ। ନେସନାଲ ବ୍ୟାଙ୍କ ଅଫ ସର୍ବିଆକୁ ‘ଗ୍ଲୋବାଲ ସେଣ୍ଟ୍ରାଲ ବ୍ୟାଙ୍କର ଅଫ ଦ ଇୟର’ ପାଇଁ ମନୋନୀତ କରାଯାଇଛି।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଶକ୍ତିକାନ୍ତ ଦାସଙ୍କ ପାଇଁ ଅନାଦେୟ ଋଣ ସମସ୍ୟା ଠାରୁ ଆରମ୍ଭ କରି ବ୍ୟାଙ୍କ ଠକେଇ ଭଳି ଅନେକଗୁଡ଼ିଏ ପ୍ରସଙ୍ଗ ଥିଲା କିନ୍ତୁ ଶକ୍ତିକାନ୍ତଙ୍କ ତ୍ୱରିତ ନିଷ୍ପତ୍ତି ଫଳରେ ୨୦୧୯ରେ ୫ ଥର ସୁଧ ହାର କମ କରାଯାଇଥିଲା ସେ ଦାୟିତ୍ୱ ନେବା ପରେ ଉଭୟ ଧାରକ ଓ ଋଣ ଗ୍ରହୀତାଙ୍କ ଉପରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବା ସହ ଗୃହ କ୍ରୟ ପାଇଁ ଋଣ ଯୋଗାଇ ଦେଉଥିବା କମ୍ପାନୀଗୁଡିକୁ ରିଜର୍ଭ ବ୍ୟାଙ୍କ ସୀମା ଭିତରକୁ ଅଣାଯାଇଥିଲା। କ୍ଷୁଦ୍ର ବ୍ୟାଙ୍କ ତଥା ସହରାଂଚଳ ସମବାୟ ବ୍ୟାଙ୍କ ଯେଭଳି ଅଳ୍ପ ଖର୍ଚ୍ଚରେ ଉପଭୋକ୍ତାଙ୍କୁ ସେବା ଯୋଗାଇ ପାରିବେ ସେ ନେଇ ପଦକ୍ଷେପ ଗ୍ରହଣ କରିଥିଲେ ଶକ୍ତିକାନ୍ତ ଦାସ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories