ପାତ୍ରପୁର : ସାମନ୍ତିଆପଲ୍ଲୀ ବନାଞ୍ଚଳ ଖମ୍ବାରିଗାଁ ପଞ୍ଚାୟତ ବାବନପୁର ଗ୍ରାମରୁ ଏକ ବଜ୍ରକାପ୍ତା ସାମନ୍ତିଆପଲ୍ଲୀ ବନାଞ୍ଚଳ କର୍ମଚାରୀ ଉଦ୍ଧାର କରିଛନ୍ତି । ବଜ୍ରକାପ୍ତା ର ଓଜନ ପ୍ରାୟ ୧୦ କେଜି ଥିବା ଜଣାପଡିଛି । ବାବନପୁର ଗ୍ରାମର ଆର୍. ଈଶ୍ବରଙ୍କ ବାଡି ପଟେ ଥିବା ପିଜୁଳି ଗଛ ନିକଟରେ ବଜ୍ରକାପ୍ତାଟି ରହିଥିବା ଦେଖି ଗ୍ରାମର ଲୋକମାନଙ୍କୁ ଜଣାଇଥିଲେ । ଗ୍ରାମବାସୀ ଏହାକୁ ଦେଖିବା ପରେ ସାମନ୍ତିଆପଲ୍ଲୀ ବନାଞ୍ଚଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ । ଖବର ପାଇ ସାମନ୍ତିଆପଲ୍ଲୀ ବନାଞ୍ଚଳ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ବଜ୍ରକାପ୍ତାଟିକୁ ଉଦ୍ଧାର କରିଥିଲେ। ବଜ୍ରକାପ୍ତାର ସ୍ବାସ୍ଥ୍ୟବସ୍ଥା ପରୀକ୍ଷା ନିରୀକ୍ଷ ପରେ ନିକଟସ୍ଥ ଜଙ୍ଗଲରେ ଛ।ଡ଼ି ଦିଆଯିବ ବୋଲି ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧିକାରୀ ରଜତ କୁମାର ମିଶ୍ର କହିଛନ୍ତି ।
Popular Categories



