www.samajalive.in
Sunday, December 7, 2025
23.1 C
Bhubaneswar

ରଣଜୀ ଟ୍ରଫି : ବିପ୍ଳବଙ୍କ ଶତକ ପରେ ମ୍ୟାଚ୍‍ ଡ୍ର

ଭୁବନେଶ୍ୱର : ଚଳିତ ସିଜିନ୍‍ର ପ୍ରଥମ ରଣଜୀ ଟ୍ରଫି ମ୍ୟାଚ୍‍କୁ ଡ୍ର ରଖିପାରିଛି ଓଡ଼ିଶା ଦଳ। କିଟ୍‍ ଷ୍ଟାଡିୟମରେ ରବିବାର ଶେଷ ହୋଇଥିବା ଓଡ଼ିଶା-ହରିୟାଣା ଗ୍ରୁପ୍‍ ‘ସି’ ମ୍ୟାଚ୍‍ ବିନା ହାରଜିତ ଫଇସଲାରେ ସମାପ୍ତ ହୋଇଛି। ତେବେ ପ୍ରଥମ ଇନିଂସରେ ଆଗୁଆ ଥିବାରୁ ହରିୟାଣା ୩ ପଏଣ୍ଟ ପାଇଥିବା ବେଳେ ଓଡ଼ିଶା ୧ ପଏଣ୍ଟରେ ସନ୍ତୁଷ୍ଟ ରହିଛି। ଓଡ଼ିଶାର ପ୍ରଥମ ଇନିଂସ ସ୍କୋର୍‍ ୩୨୪ ରନ୍‍ ଜବାବରେ ହରିୟାଣା ପ୍ରଥମ ଇନିଂସରେ ୪୪୨ ରନ୍‍ କରିଥିଲା। ପ୍ରଥମ ଇନିଂସରେ ୧୧୮ ରନ୍‍ ପଛରେ ଥିବା ଓଡ଼ିଶା ରବିବାର ୪ର୍ଥ ତଥା ଅନ୍ତିମଦିନର ଷ୍ଟମ୍ପ୍‍ ଅପସାରଣ ବେଳକୁ ୨ୟ ଇନିଂସରେ ୭ ୱିକେଟରେ ୨୬୭ ରନ୍‍ କରି ପାରିଥିଲା। ୯୯ ରନରେ  ଓଡ଼ିଶା ୪ଟି ୱିକେଟ ହରାଇ ସଙ୍କଟରେ ପଡ଼ି ଯାଇଥିଲା। ତେବେ ଅଧିନାୟକ ବିପ୍ଳବ ସାମନ୍ତରାୟ ଅପରାଜିତ ଶତକ ହାସଲକରି ହରିୟାଣାର ବିଜୟ ଆଶାରେ ପାଣି ପୂରାଇ ଦେଇଥିଲେ। ଆସନ୍ତା ୧୨ରୁ ଏହି କିଟ୍‍ ଷ୍ଟାଡିୟମ୍‍ରେ ଉତ୍ତର ପ୍ରଦେଶ ବିପକ୍ଷରେ ଓଡ଼ିଶା ୨ୟ ଲିଗ୍‍ ମ୍ୟାଚ୍‍ ଖେଳିବ। ଗୋଆ ବିପକ୍ଷରେ ୟୁପି ପ୍ରଥମ ମ୍ୟାଚ୍‍ରେ ଇନିଂସ ବିଜୟୀ ହୋଇଛି।
୩ୟ ଦିନ ଖେଳ ଶେଷରେ ଓଡ଼ିଶା ୧ ୱିକେଟରେ ୫୦ ରନ୍‍ କରିଥିଲା। ୪ର୍ଥ ଦିନ ଭୋଜନ ବିରତି ପୂର୍ବରୁ ଏହା ଆଉ ୩ଟି ୱିକେଟ ହରାଇ ଚିନ୍ତାରେ ପଡ଼ି ଯାଇଥିଲା। ଗୋବିନ୍ଦ ପୋଦ୍ଦାର ୨୨ ରନ୍‍କରି ଆଉଟ ହେବା ପରେ ଓପ୍‍ନର ଅନୁରାଗ ଷଡ଼ଙ୍ଗୀ ୨୯ ଓ ଶାନ୍ତନୁ ମିଶ୍ର ୨୪ ରନ୍‍କରି ଆଉଟ ହୋଇଥିଲେ। ଭୋଜନ ବିରତି ସୁଦ୍ଧା ଓଡ଼ିଶା ୪ଟି ୱିକେଟ ହରାଇ ସାରିଥିଲା। ତେବେ ୪ର୍ଥ ୱିକେଟ ପାଇଁ ବିପ୍ଳବ ସାମନ୍ତରାୟ ଓ ଶୁଭ୍ରାଂଶୁ ସେନାପତି ୯୨ ରନ୍‍ ଯୋଡ଼ି ଓଡ଼ିଶାର ପରାଜୟ ଆଶା ଏଡ଼ାଇ ପାରିଥିଲେ। ଶୁଭ୍ରାଂଶୁ ୮ଟି ଚୌକା ସହ ୪୫ ରନ୍‍ କରିଥିଲେ।
ଏହାସହ ଓଡ଼ିଶା ଆଉ ୩ଟି ୱିକେଟ ହରାଇଥିଲେ ହେଁ ଗୋଟିଏ ପଟେ ବିପ୍ଳବ ସାମନ୍ତରାୟ ଛିଡ଼ାହୋଇ ଶତକ ହାସଲ କରିବାରୁ ମ୍ୟାଚ୍‍ ଡ୍ର ରହିଥିଲା। ୨୧୦ ବଲ୍‍ରୁ ୨ଟି ଛକା ଓ ୧୪ଟି ଚୌକା ସହ ୧୦୩ ରନ୍‍କରି ବିପ୍ଳବ ଶତକ ପୂରଣ କରିବା ପରେ ଉଭୟ ଅଧିନାୟକ ମ୍ୟାଚ୍‍ ସମାପ୍ତି ପାଇଁ ରାଜି ହୋଇଥିଲେ। ୩୦ ବର୍ଷ ବୟସ୍କ ବିପ୍ଳବଙ୍କର ଏହା ୬ଷ୍ଠ ରଣଜୀ ଶତକ। ସୁଜିତ ଲେଙ୍କା ୨ ଓ ଦେବବ୍ରତ ପ୍ରଧାନ ୧୩ ରନ୍‍ କରିଥିଲେ। ହରିୟାଣାର ଦୁଇ ସ୍ପିନର ଟିନୁ କୁଣ୍ଡୁ ଓ ଜୟନ୍ତ ଯାଦବ ୨ଟି ଲେଖାଏଁ ୱିକେଟ ପାଇଥିଲେ। ଶତକ ହାସଲ କରିଥିବା ହରିୟାଣାର ବ୍ୟାଟ୍‍ସମ୍ୟାନ୍‍ ହିମାଂଶୁ ରାଣା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories