ନୂଆଦିଲ୍ଲୀ : ରଣଜୀ ଟ୍ରଫି ୨୦୨୪-୨୫ର ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ଲିଗ୍ ପର୍ଯ୍ୟାୟରେ ବୋଲିଂରେ ବିଦର୍ଭର ହର୍ଷ ଦୁବେ ବ୍ୟାଟିଂରେ ମଧ୍ୟପ୍ରଦେଶର ଶୁଭମ ଶର୍ମା ଆଗରେ ରହିଛନ୍ତି। ହର୍ଷ ଦୁବେ ୧୪ଟି ଇନିଂସରୁ ୫୫ଟି ୱିକେଟ ନେଇ ଆଗରେ ରହିଥିବାବେଳେ ଜାମ୍ମୁ କାଶ୍ମୀରର ଆକ୍ୟୁବ ନବି ୧୩ଟି ଇନିଂସରୁ ୩୮ଟି ୱିକେଟ ସହ ଦ୍ବିତୀୟ, ବରୋଦାର ମହେଶ ପିଥାୟା ୧୩ଟି ଇନିଂସରୁ ୩୮ଟି ୱିକେଟ ସହ ତୃତୀୟ, ଚଣ୍ଡିଗଡ଼ର ନିଶୁଙ୍କ ବିର୍ଲା ୧୨ଟି ଇନିଂସରୁ ୩୬ଟି ୱିକେଟ ସହ ଚତୁର୍ଥ ଓ ତ୍ରିପୁରାର ମଣିଶଙ୍କର ମୁରାସିଂହ ୧୧ଟି ଇନିଂସରୁ ୩୫ଟି ୱିକେଟ ସହ ପଞ୍ଚମ ସ୍ଥାନରେ ରହିଛନ୍ତି । ଓଡ଼ିଶାର ସୁମିତ ଶର୍ମା ୧୭ଟି ୱିକେଟ ନେଇ ତାଲିକାର ୬୮ରନ ସ୍ଥାନରେ ରହିଛନ୍ତି।
ବ୍ୟାଟିଂରେ ମଧ୍ୟପ୍ରଦେଶର ଶୁଭମ ଶ୍ୟାମସୁନ୍ଦର ଶର୍ମା ୭ଟି ମ୍ୟାଚର ୧୨ଟି ଇନିଂସରୁ ୩ଟି ଶତକ ଓ ୪ଟି ଅର୍ଦ୍ଧଶତକ ସହ ୯୪୩ରନ କରି ଆଗରେ ରହିଛନ୍ତି। ହାଇଦରାବାଦ୍ର ତନ୍ମୟ ଅଗ୍ରୱାଲ ୭ଟି ମ୍ୟାଚ ଖେଳି ୧୨ଟି ଇନିଂସରୁ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ୯୩୪ରନ ସହ ଦ୍ବିତୀୟ, , ଛତିଶଗଡ଼ର ଆୟୁଷ ପାଣ୍ଡେ ୭ଟି ମ୍ୟାଚ ଖେଳି ୧୨ଟି ଇନିଂସରୁ ୨ଟି ଶତକ ଓ ୩ଟି ଅର୍ଦ୍ଧଶତକ ସହ ୭୪୪ରନ ସହ ତୃତୀୟ,
ଉତ୍ତରପ୍ରଦେଶର ଆର୍ଯ୍ୟନ ଜୁଏଲ ୭ଟି ମ୍ୟାଚର ୧୦ଟି ଇନିଂସରୁ ୪ଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହ ୭୧୪ରନ ସହ ଚତୁର୍ଥ ଓ ଜାମ୍ମୁ କାଶ୍ମୀରର ଶୁଭମ ଖଜୁରିଆ ୭ଟି ମ୍ୟାଚ ଖେଳି ୧୨ଟି ଇନିଂସରୁ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୬୬୩ରନ କରି ପଞ୍ଚମ ସ୍ଥାନରେ ରହିଛନ୍ତି। ଓଡ଼ିଶାର ସନ୍ଦୀପ ପଟ୍ଟନାୟକ ୬ଟି ମ୍ୟାଚର ୧୧ଟି ଇନିଂସରୁ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ସହ ୪୩୫ରନ କରି ୪୫ତମ ସ୍ଥାନରେ ରହିଛନ୍ତି।



