www.samajalive.in
Sunday, December 7, 2025
14.1 C
Bhubaneswar

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ ୨୯୯ ରନରେ ଓଡିଶା ହରାଇଛି। ପ୍ରଥମେ ବ୍ୟାଟିଂ କରି ଓଡିଶା ପ୍ରଥମ ଇନିଂସରେ ୨୭୫ ରନ କରିଥିଲା । ଏହାର ଜବାବରେ ନାଗାଲାଣ୍ଡ ୧୬୧ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଓଡିଶା ୫ ୱିକେଟ ବିନିମୟରେ ୩୫୦ ରନ କରି ପାରୀ ଘୋଷଣା କରିଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି(୧୩୭) ଓ ସ୍ୱସ୍ତିକ ସାମଲ (୧୬୯)ଶତକ ହାସଲ କରିଥିଲେ । ଏଥିସହ ଓଡିଶା ୪୬୫ ରନର ବିଜୟ ଲକ୍ଷ୍ୟ ନାଗାଲାଣ୍ଡ ସମ୍ମୁଖରେ ରଖିଥିଲା ।

ମ୍ୟାଚର ଅନ୍ତିମ ଦିବସରେ ନାଗାଲାଣ୍ଡ ମ୍ୟାଚ ଡ୍ର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଓଡିଶା ବୋଲର ଚମତ୍କାର ବୋଲିଂ ପ୍ରଦର୍ଶନ କରି ୧୬୫ ରନରେ ଅଲଆଉଟ କରି ଦେଇଥିଲେ । ଦଳ ପକ୍ଷରୁ ଡେଗା ନିଶ୍ଚଳ ସର୍ବାଧିକ ୫୨ ରନ କରିଥିଲେ । ଗୋବିନ୍ଦ ପୋଦ୍ଦାର ଓଡିଶା ପକ୍ଷରୁ ସର୍ବାଧିକ ୫ଟି ୱିକେଟ ଅକ୍ତିଆର କରିଥିଲେ । ବାଦଲ ବିଶ୍ୱାଳ ୩ଟି ଓ ସମ୍ବିତ ବରାଳ ଗୋଟିଏ ୱିକେଟ ନେଇଥିଲେ । ଶତକ ହାସଲ କରି ସ୍ଵସ୍ତିକ ସାମଲ ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଛନ୍ତି। ୫ ମ୍ୟାଚରୁ ୭ ପଏଣ୍ଟ ସହ ଓଡିଶା ଷଷ୍ଠ ସ୍ଥାନକୁ ଯାଇଛି।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories