www.samajalive.in
Sunday, December 7, 2025
23.1 C
Bhubaneswar

ଏଲୋପାଥି-ଆୟୁର୍ବେଦ ବିବାଦ: ଆମିରଙ୍କ ଭିଡିଓ ଶେୟାର କରି ମେଡିକାଲ ମାଫିଆଙ୍କୁ ଆହ୍ବାନ କଲେ ରାମଦେବ

ଏଲୋପାଥି ଏବଂ ଆୟୁର୍ବେଦକୁ ନେଇ ଉପୁଜିଥିବା ବିବାଦ ଥମିବାର ନାଁ ନେଉନାହିଁ। ବାବା ରାମଦେବ ପ୍ରତିଦିନ ନୂଆ ମନ୍ତବ୍ୟ ଦେଇ ବିବାଦକୁ ନୂଆ ମୋଡ଼ ଦେଉଛନ୍ତି। ରବିବାର ସେ ଅଭିନେତା ଆମିର ଖାନଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି, ମେଡିକାଲ ମାଫିଆଙ୍କ ସାହସ ଅଛି ତ ସେ ଆମିର ଖାନଙ୍କ ବିରୋଧରେ ଅଭିଯାନ ଆରମ୍ଭ କରି ଦେଖାନ୍ତୁ।

ବାବା ରାମଦେବ ଷ୍ଟାର ପ୍ଲସରେ ଆମିର ଖାନଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ଫେସବୁକରେ ଶେୟାର କରିଛନ୍ତି। ଯେଉଁଥିରେ ରାଜସ୍ଥାନରେ ଜଣେ ବ୍ୟକ୍ତି ମେଡିକାଲ ଷ୍ଟୋରରୁ ୨୧୫୧ ଟଙ୍କାର ଔଷଧ କିଣିଥିଲେ। ଜେନେରିକ୍‌ ମେଡିକାଲ ଷ୍ଟୋରରୁ ସେହି ଔଷଧକୁ ସେ ୩୫୪ ଟଙ୍କାରେ କିଣିଥିଲେ। ସମାନ ଔଷଧର ମୂଲ୍ୟରେ ଏପରି ତଫାତକୁ ନେଇ ବାବା ରାମଦେବ ପ୍ରଶ୍ନ ଉଠାଇଛନ୍ତି।

- Advertisement -

ବାବା ରାମଦେବ ଆହୁରି କହିଛନ୍ତି ଯେ, ହିନ୍ଦୁସ୍ତାନର ବହୁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଯାଇଛନ୍ତି। ଅଧିକାଂଶ ଲୋକଙ୍କୁ ଏହା ଜଣା ବି ନାହିଁ। ଅର୍ଦ୍ଧାଧିକ ଲୋକଙ୍କୁ ତାଙ୍କ ଯୋଗ ଏବଂ କରୋନିଲ୍‌ ରକ୍ଷା କରିଛି। ମେଡିକାଲ ସହିତ ଜଡ଼ିତ ଅନେକ ଲୋକ କରୋନାରେ ପ୍ରାଣ ହରାଇଛନ୍ତି, କିନ୍ତୁ ପତଞ୍ଜଳି ଷ୍ଟୋର ଚଳାଉଥିବା କୌଣସି ଲୋକ ମରିନାହାନ୍ତି। ଆଗାମୀ ୫ ବର୍ଷରେ ଗବେଷଣା ହେବ ଯେ, ଶେଷରେ ହସ୍ପିଟାଲ ଯାଇଥିବା ଲୋକମାନେ କରୋନାରେ କାହିଁକି ପ୍ରାଣ ହରାଇଲେ। ଯେଉଁ ଲୋକମାନେ ଘରେ ଯୋଗ କଲେ ଏବଂ କରୋନିଲ୍‌ ସେବନ କଲେ, ସେମାନେ କିପରି ବର୍ତ୍ତିଗଲେ।

ଯୋଗ ଏବଂ ନେଚୁରୋପାଥିରେ ସମସ୍ତ ରୋଗର ଚିକିତ୍ସା ରହିଛି। ସେ ଏହାର ପ୍ରମାଣ ଦେବାକୁ ପ୍ରସ୍ତୁତ ଅଛନ୍ତି, ତଥାପି ଚାରିଆଡ଼େ ଷଡ଼ଯନ୍ତ୍ର ହେଉଛି, ଚାରିଆଡ଼େ ଅନ୍ଧବିଶ୍ଵାସ ରହିଛି ବୋଲି ରାମଦେବ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories