www.samajalive.in
Sunday, December 7, 2025
23.1 C
Bhubaneswar

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ରାମନାଗୁଡା: ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟରତ ଖବରକାଜକ ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଆକ୍ରମଣକୁ ବିରୋଧ କରି ବୁଧବାର ରାୟଗଡା ଜିଲ୍ଲାର ରାମନାଗୁଡା ବ୍ଳକର ସମସ୍ତ ସାମ୍ବଦିକମାନେ ବିଡିଓ ଏବଂ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମାନ୍ୟବର ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକଙ୍କ ପ୍ରତି ହେଉଥିବା ଏତାଦୃଶ୍ୟ ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି । ଆଗାମୀ ଦିନରେ ଏଭଳି ଘଟଣା ଘଟାଉଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷଙ୍କ ପ୍ରତି ରାଜ୍ୟ ସରକାର ଦୃଢ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦାବି ହୋଇଛି। ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ । କାର୍ୟ୍ୟରତ ସମସ୍ତ ସାମ୍ବାଦିକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯିବା ସହ ସମସ୍ତ ସାମ୍ବାଦିକମାନଙ୍କୁ ବିନା ମୂଲ୍ୟରେ ମେଡ଼ିକାଲ ସୁବିଧା ଦିଆଯିବା ପାଇଁ ଦାବି ଜଣାଇଛନ୍ତି । ବ୍ଲକ ସ୍ତରରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ସାମ୍ବାଦିକଙ୍କୁ ପୁଲିସ ସୁରକ୍ଷା ବଳୟ ଯୋଗାଇବା ନିମନ୍ତେ ଜିଲ୍ଲା ଆରକ୍ଷୀ ଅଧିକାରୀ ଏବଂ ସ୍ଥାନୀୟ ଥାନା ଅଧିକାରୀଙ୍କୁ କଡ଼ା ନିର୍ଦେଶ ଦିଆଯିବା ସହ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ଭଳି ଦାବି ଗୁଡ଼ିକ ଜଣାଇଥିଲେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories