www.samajalive.in
Sunday, December 7, 2025
13.1 C
Bhubaneswar

ଅଢେଇ ବର୍ଷରେ ଶେଷ ହୋଇ ପାରେ ଅଯୋଧ୍ୟା ରାମ ମନ୍ଦିର

ନୂଆଦିଲ୍ଲୀ: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପ୍ରକାଶ ପାଇବାପରେ ରାମ ମନ୍ଦିର ନିର୍ମାଣକୁ ନେଇ ପୁଣି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ୩୦ ବର୍ଷ ପୂର୍ବରୁ ଅର୍ଥାତ୍ ୯୦ ଦଶକରେ ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ଭାଇ ବିଶ୍ୱ ହିନ୍ଦୁ ପରିଷଦର ଅଶୋକ ସିଙ୍ଗଲଙ୍କ ସହ ମିଶି ରାମ ମନ୍ଦିର ନିର୍ମାଣକୁ ନେଇ ନକ୍ସା ପ୍ରସ୍ତୁତ କରିଥିଲେ। ତାଙ୍କ ଆକଳନ ଅନୁଯାୟୀ ରାମ ମନ୍ଦିର ନିର୍ମାଣରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ନିର୍ମାଣ କରିବାକୁ ଅଢେଇ ବର୍ଷ ସମୟ ଲାଗିବ ଏବଂ ୨ ହଜାର କାରିଗର ନିୟୋଜିତ ହେବେ।

୧୫୦ ଫୁଟ ଓସାର, ୨୭୦ ଫୁଟ ଉଚ୍ଚତା ଏବଂ ୨୭୦ ଫୁଟର ଉଚ୍ଚ ଗୁମ୍ୱଦ ଆକାରରେ ରାମ ମନ୍ଦିର ନିର୍ମାଣ କରାଯିବ। ଏଥିରେ ସିଂହ ଦ୍ୱାର, ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, କୋଲୀ, ଗର୍ଭ ଗୃହର ସୁନ୍ଦର ପ୍ରବେଶ ଦ୍ୱାର ରହିବ। ଚଟାଣରେ ସଙ୍ଗମରମର(ଧଳା ମାର୍ବଲ ବା ଟାଇଲ୍ସ)ର ବ୍ୟବହାର କରାଯିବ। ମନ୍ଦର ଆଧାରରୁ ଶିଖର ପର୍ଯ୍ୟନ୍ତ ଚାରୋଟି କୋଣ ଏବଂ ଗର୍ଭ ଗୃହର ଆଠ କୋଣ ବିଶିଷ୍ଟ ହେବ। ମଣ୍ଡଳ ଦୁଇ ମହଲା ବିଶିଷ୍ଟ ହେବ। ଭଗବାନ ରାମଙ୍କ ପ୍ରତିମା ଏବଂ ରାମ ଦରବାରର ନିର୍ମାଣ ହେବ । ମୁଖ୍ୟ ମନ୍ଦିରରେ ସୀତା, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏବଂ ଭଗବାନ ଗଣେଶଙ୍କ ପ୍ରତିମା ରହିବ। ମନ୍ଦିରରେ ୨୨୧ ସ୍ତମ୍ଭ ରହିବ, ପ୍ରତିଟି ସ୍ତମ୍ଭରେ ଦେବୀ-ଦେବତାଙ୍କ ୧୨ ଆକୃତି ରହିବ। ମନ୍ଦିରରେ ସନ୍ଥ ନିବାସ, ଗବେଷଣା ଗାର, କର୍ମଚାରୀ ଆବାସ, ଭୋଜନାଳୟ ଆଦି ରହିବ। ରାମ ମନ୍ଦିର ନିର୍ମାଣରେ ଲୁହାର ବ୍ୟବହାର ଆଦୌ ହେବ ନାହିଁ। ସମ୍ପୂର୍ଣ୍ଣ ମନ୍ଦିରଟି ସୁଦୃଢ ପଥରରେ ନିର୍ମାଣ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ନିର୍ମାଣ ପଥରଗୁଡିକୁ ଭରତପୁରରୁ ଅଣାଯିବ।

- Advertisement -

ଗୁଜରାଟର ବାସିନ୍ଦା ଚନ୍ଦ୍ରକାନ୍ତ ସୋମପୁରାର ପରିବାର ବଂଶାନୁକ୍ରମିକ ଭାବେ ମନ୍ଦିରର ନକ୍ସା ପ୍ରସ୍ତୁତ କରିଆସୁଛନ୍ତି। ତାଙ୍କର ପରିବାର ସୋମନାଥ ମନ୍ଦିର ଡିଜାଇନ କରିଥିଲେ। ସେହିପରି ଲଣ୍ଡନରେ ସ୍ୱାମୀ ନାରାୟଣ ମନ୍ଦିର କେବଳ ୨ ବର୍ଷରେ ନିର୍ମାଣ କରାଇଥିଲେ। ଛଅ ମାସ ମଧ୍ୟରେ ଛଅ ପ୍ରକାର ଡିଜାଇନ ଉପରେ କାମ କରି ରାମ ମନ୍ଦିରର ନାଗର ଶୈଳୀରେ ମଡେଲ ପ୍ରସ୍ତୁତ କରିଛନ୍ତି। ମନ୍ଦିର ପାଇଁ ୫୦ ପ୍ରତିଶତ କାମ ଶେଷ ହୋଇଛି, କେବଳ ଗମ୍ୱୁଜର ଡିଜାଇନ ଚାଲିଛି ବୋଲି ଚନ୍ଦ୍ରକାନ୍ତ ମତ ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories