ରାମ ଚନ୍ଦ୍ର ପୋୖଡେଲ ହେବେ ନେପାଳର ନୂଆ ରାଷ୍ଟ୍ରପତି

ଡେସ୍କ: ନେପାଳର ରାଷ୍ଟ୍ରପତି ଭାବେ ରାମ ଚନ୍ଦ୍ର ପୋୖଡେଲ ନିର୍ବାଚିତ ହୋଇଛନ୍ତି। ନେପାଳୀ କଂଗ୍ରେସର ରାମ ଚନ୍ଦ୍ର ପୋୖଡେଲ ନେପାଳର ତୃତୀୟ ରାଷ୍ଟ୍ରପତି ଭାବେ ଏହି ଆସନ ଅଳଙ୍କୃତ କରିବେ। ନେପାଳୀ କଂଗ୍ରେସ ଓ ସିପିଏନ (ମାଓଇଷ୍ଟ) ସମେତ ୮ଟି ରାଜନୈତିକ ଦଳର ମିଳିତ ପ୍ରାର୍ଥୀ ଭାବେ ଶ୍ରୀ ପୋୖଡେଲ ଫେଡେରାଲ ସଭ୍ୟଙ୍କ ୩୧୩ଟିରୁ ୨୧୪ଟି ଭୋଟ ପାଇଥିବା ବେଳେ ଆସେମ୍ବ୍ଲି ସଭ୍ୟଙ୍କ ୫୧୮ଟିରୁ ୩୫୨ଟି ଭୋଟ ପାଇଛନ୍ତି।

ଆଜି ସେଠାରେ ରାଷ୍ଟ୍ରପତି ପଦ ପାଇଁ ହୋଇଥିବା ମତଦାନ ପ୍ରକ୍ରିୟାରେ ଉଭୟ ସଂସଦୀୟ ଏବଂ ସ୍ଥାନୀୟ ଅଂଚଳ ମତଦାନ ପାଇଁ ଅଲଗା ମତଦାନ କେନ୍ଦ୍ର କରାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୩ଟାରେ ଶେଷ ହୋଇଥିଲା।

Comments are closed.