ନୂଆଦିଲ୍ଲୀ : କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଙ୍କଟ ତଥା ଷଡ଼ଯନ୍ତ୍ର ପଛରେ ବିଜେପିର କୌଣସି ହାତ ନାହିଁ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲୋକସଭାରେ ଏହା କହିଛନ୍ତି।
କର୍ଣ୍ଣାଟକରେ ଚାଲିଥିବା ରାଜନୈତିକ ସଂକଟର ପ୍ରତିଧ୍ଵନି ସଂସଦରେ ପ୍ରତିଫଳିତ ହୋଇଛି । ଏହି ପ୍ରସଙ୍ଗକୁ ନେଇ ସୋମବାର ସଂସଦରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ, କର୍ଣ୍ଣାଟକର କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ଭାଙ୍ଗିବା ନେଇ ବିଜେପି ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛନ୍ତି। ସେଠାରେ ମେଣ୍ଟ ସରକାର ଭାଙ୍ଗିବା ପାଇଁ କେନ୍ଦ୍ରର ବିଜେପି ସରକାର ଷଡଯନ୍ତ୍ର କରୁଛନ୍ତି ବୋଲି ସେ କହିଛନ୍ତି। ଦେଶରେ ଗଣତନ୍ତ୍ରର ଉପହାସ କରାଯାଉଛି। ଏକ ନିର୍ବାଚିତ ସରକାରକୁ ଭାଙ୍ଗିବା ପାଇଁ ବିଜେପି ଉଦ୍ୟମ କରୁଛି ବୋଲି ସେ କହିଥିଲେ।
ତେବେ ଏହାକୁ ଖଣ୍ଡନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଯେ କର୍ଣ୍ଣାଟକରେ ସୃଷ୍ଟି ହୋଇଥିବା ରାଜନୈତିକ ସଙ୍କଟ ପଛରେ ବିଜେପିର ହାତ ନାହିଁ। ଜେଡିଏସ-କଂଗ୍ରେସ ମେଣ୍ଟ ସରକାରରେ ଚାଲିଥିବା ରାଜନୈତିକ ଘଟଣାକ୍ରମ ପାଇଁ ବିଜେପିର କିଛି କହିବାର ନାହିଁ। କୌଣସି ପ୍ରକାରର ଘୋଡା ଦୌଡ଼ରେ ସାମିଲ ହେବା ବିଜେପିର ଇତିହାସରେ ନାହିଁ। ସଂସଦୀୟ ଗଣତନ୍ତ୍ରକୁ ବଜାଏ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । କର୍ଣ୍ଣାଟକର ବିଧାୟକମାନେ ରାହୁଲ ଗାନ୍ଧୀଙ୍କୁ ଅନୁସରଣ କରୁଛନ୍ତି । ତେଣୁ ରାଜ୍ୟରେ ବିଧାୟକମାନଙ୍କର ଇସ୍ତଫା ଜାରି ରହିଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ସମୟରେ ଗୃହରେ ହୋହାଲ୍ଲା ଓ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। କଂଗ୍ରେସ ସଦସ୍ୟମାନେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ।
କର୍ଣ୍ଣାଟକ ରାଜନୈତିକ ସଙ୍କଟ ପଛରେ ବିଜେପିର ହାତ ନାହିଁ : ରାଜନାଥ
Popular Categories



