ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟାର ସମୀକ୍ଷା ପାଇଁ ସମିତି ଗଠନକୁ ମଞ୍ଜୁରି

ସମିତିର ଅଧ୍ୟକ୍ଷ ରହିବେ ମହାନିର୍ଦ୍ଦେଶକ (ଅଧିଗ୍ରହଣ), -୬ ମାସ ମଧ୍ୟରେ ସୁପାରିସ ଦାଖଲ କରିବ ସମିତି
-ପ୍ରତିରକ୍ଷା କ୍ଷେତ୍ରରେ ମେକ୍‍ ଇନ ଇଣ୍ଡିଆକୁ ସୁଦୃଢ଼ କରିବା ଲକ୍ଷ୍ୟ

 

ନୂଆଦିଲ୍ଲୀ : ପ୍ରତିରକ୍ଷା ସାମଗ୍ରୀ କ୍ରୟ ପ୍ରକ୍ରିୟା (ଡିପିପି) ୨୦୧୬ ଓ ପ୍ରତିରକ୍ଷା କ୍ରୟ ନିୟମାବଳୀ ୨୦୦୯ (ଡିପିଏମ)ର ସମୀକ୍ଷା ଉଦ୍ଦେଶ୍ୟରେ ଏକ ସମିତି ଗଠନ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଏହି ସମିତିରେ ମହାନିର୍ଦ୍ଦେଶକ (ଅଧିଗ୍ରହଣ) ଅଧ୍ୟକ୍ଷ ରହିବେ। ପ୍ରତିରକ୍ଷା କ୍ଷେତ୍ରରେ ସମ୍ପତ୍ତି ଅଧିଗ୍ରହଣ ପ୍ରକ୍ରିୟାକୁ ସଂଶୋଧନ ଏବଂ ବ୍ୟବସ୍ଥିତ କରିବା ଦିଗରେ ଏହି ସମିତି କାର୍ଯ୍ୟ କରିବ।
ଡିପିପି ୨୦୧୬ ଏବଂ ଡିପିଏମ ୨୦୦୯ର ସଂଶୋଧନ ଅବଧି ହୋଇସାରିଛି । ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ଦ୍ୱାରା ସମ୍ପତ୍ତି ଅଧିଗ୍ରହଣ ଠାରୁ ଆରମ୍ଭ କରି ଜୀବନ ଚକ୍ର ସହାୟତା ପର୍ଯ୍ୟନ୍ତ ବାଧାମୁକ୍ତ ପ୍ରବାହକୁ ସୁନିଶ୍ଚିତ କରିବା ସହିତ ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ପ୍ରୟାସକୁ ସୁଦୃଢ଼ କରିବ। ମହାନିର୍ଦ୍ଦେଶକ (ଅଧିଗ୍ରହଣ)ଙ୍କ ବ୍ୟତୀତ ଯୁଗ୍ମ ସଚିବ/ମେଜର ଜେନେରାଲ ପାହ୍ୟାର ୧୧ ଜଣ ଅଧିକାରୀ ଏହି ଉଚ୍ଚସ୍ତରୀୟ ସମିତିରେ ସଦସ୍ୟ ରହିବେ।

prayash

ସମିତିର ସନ୍ଦର୍ଭ ସର୍ତାବଳୀରେ ରହିଛି :

ଡିପିପି ୨୦୧୬ ଓ ଡିପିଏମ ୨୦୦୯ରେ ଦିଆଯାଇଥିବା ପ୍ରକ୍ରିୟାର ସଂଶୋଧନ କରିବା, ଯାହାଦ୍ୱାରା ପ୍ରକ୍ରିୟାରେ ରହିଥିବା ବାଧକ ଦୂର ହେବା ସହିତ ପ୍ରତିରକ୍ଷା ଅଧିଗ୍ରହଣ ତ୍ୱରାନ୍ୱିତ ହେବ। ଡିପିପି ୨୦୧୬ ଏବଂ ଡିପିଏମ ୨୦୦୯ର ବ୍ୟବସ୍ଥାକୁ ସୁବ୍ୟବସ୍ଥିତ ଓ ମାନକୀକୃତ କରିବା, ଯେଉଁଠି ଆବଶ୍ୟକ, ସରଞ୍ଜାମ ପାଇଁ ଜୀବନ ଚକ୍ର ସହାୟତାକୁ ସୁଧାରିବା।
ଭାରତୀୟ ଶିଳ୍ପ ସଂସ୍ଥାଗୁଡ଼ିକର ଅଧିକ ଅଂଶଗ୍ରହଣ ତଥା ପ୍ରତିରକ୍ଷା ଶିଳ୍ପର ଆଧାର ସୁଦୃଢ଼ କରିବା ଲାଗି ନୀତି ଏବଂ ପ୍ରକ୍ରିୟାକୁ ସହଜ କରିବା।
ନୂଆ ବିଷୟବସ୍ତୁ, ଯଥା ଜୀବନ ଚକ୍ର ମୂଲ୍ୟ, ଜୀବନ ଚକ୍ର ସହାୟତା, ପ୍ରଦର୍ଶନ ଆଧାରିତ ଲଜିଷ୍ଟିକ୍ସ, ଆଇସିଟି, ଲିଜ ଠିକାଦେବା, କୋଡିଫିକେସନ ଓ ମାନକୀକରଣ ଆଦିକୁ ଆବଶ୍ୟକ ହେଲେ ପରୀକ୍ଷା ଏବଂ ପ୍ରୟୋଗ କରିବା। ଭାରତୀୟ ଷ୍ଟାର୍ଟଅପ, ଗବେଷଣା ଓ ବିକାଶକୁ ପ୍ରୋତ୍ସାହନ ଦେବା ଲାଗି ବ୍ୟବସ୍ଥା ସାମିଲ କରିବା। ଯେକୌଣସି ଅନ୍ୟଦିଗ ଯାହା ଅଧିଗ୍ରହଣ ପ୍ରକ୍ରିୟାକୁ ସଂଶୋଧନ କରିବା ଦିଗରେ ଯୋଗଦାନ ଦେବା ସହ ‘ମେକ୍‍ ଇନ୍‍ ଇଣ୍ଡିଆ’ ଯୋଜନାକୁ ସମର୍ଥନ କରୁଥିବ। ଏହି ସମିତି ୬ ମାସ ମଧ୍ୟରେ ନିଜର ସୁପାରିସ ଦାଖଲ କରିବ।

kalyan agarbati

Comments are closed.