www.samajalive.in
Tuesday, December 9, 2025
16.1 C
Bhubaneswar

ରାଜୀବ କୁମାର ଅଣ୍ଡରଗ୍ରାଉଣ୍ଡ, ସିବିଆଇ ସମନକୁ ବେଖାତିର

କୋଲକାତା: କୋଲକାତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ଉପରୁ ଗିରଫଦାରି ରୋକ୍‌ ହଟାଯିବା ପରେ ସେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି। ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଥିବାରୁ ସେ ଉଭାନ ହୋଇଯାଇଥିବା ଜଣାପଡ଼ିଛି। କାରଣ ଶନିବାର ସକାଳ ୧୦ଟାରେ ସିବିଆଇ କୋଲକାତାର ସଲ୍ଟ​‌ଲେକ୍‌ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବା ଲାଗି ରାଜୀବଙ୍କୁ ସମନ ଜାରି କରିଥିଲା। କିନ୍ତୁ ରାଜୀବ ସମନ୍‌କୁ ବେଖାତିର କରିବା ସହିତ କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ। ଏପରି କି ତାଙ୍କ ଫୋନ ମଧ୍ୟ ସୁଇଚ୍‌ ଅଫ୍‌ ରହିଛି। ତେଣୁ ଗିରଫଦାରି ଭୟରେ ରାଜୀବ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିବା ସନ୍ଦେହ କରାଯାଉଛି। ସିବିଆଇ ଅଧିକାରୀମାନେ କୋଲକାତା ବିମାନବନ୍ଦର ଅଧିକାରୀମାନଙ୍କୁ ଆଲର୍ଟ ରହିବାକୁ କହିଛନ୍ତି। ଯଦି ରାଜୀବ କୋଣସି ବିମାନରେ ଅନ୍ୟତ୍ର ଯାଇଛନ୍ତି କିମ୍ବା ଯିବାକୁ ଆସନ୍ତି ତେବେ ଏ ସମ୍ପର୍କରେ ସିବିଆଇକୁ ଜଣାଇବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ଶୁକ୍ରବାର କୋଲକାତା ହାଇକୋର୍ଟ ରାଜୀବଙ୍କ ଗିରଫଦାରି ଉପରେ ଲାଗିଥିବା କଟକଣାକୁ ହଟାଇ ଦେଇଥିଲେ। ଏହା ସହିତ ସିବିଆଇ ନିକଟରେ ତାଙ୍କର ପାସପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ସିବିଆଇ ଚାହିଁଲେ ରାଜୀବଙ୍କୁ ଜେରା କରିପାରିବ ବୋଲି କୋର୍ଟ କହିଥିଲେ। ଏହା ପରେ ସିବିଆଇ ଅଧିକାରୀମାନେ ଶୁକ୍ରବାର ପାର୍କଷ୍ଟ୍ରିଟ୍‌ ସ୍ଥିତ ରାଜୀବଙ୍କ ବାସଭବନକୁ ଯାଇଥିଲେ। କିନ୍ତୁ ସେଠାରେ ରାଜୀବ ନ ଥିଲେ। ଏହା ପରେ ଅଧିକାରୀମାନେ ତାଙ୍କ ବାସଭବନରେ ସମନ ନୋଟିସ ଲଗାଇ ଚାଲିଆସିଥିଲେ।

- Advertisement -

ସୂଚନାଯୋଗ୍ୟ, ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ରାଜୀବ କୁମାର ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସର କ୍ରାଇମବ୍ରାଞ୍ଚର ଅତିରିକ୍ତ ମହାନିର୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତ୍ୟନ୍ତ ଘନିଷ୍ଠ। କିଛିଦିନ ତଳେ ସିବିଆଇ ଅଧିକାରୀମାନେ ଯେତେବେଳେ ରାଜୀବଙ୍କୁ ପଚରାଉଚରା ପାଇଁ ରାତିରେ ତାଙ୍କ ବାସବଭନରେ ପହଞ୍ଚିଥିଲେ ସେତେବେଳେ ମମତା ସେଠାକୁ ଆସି ବିରୋଧ କରିବା ସହିତ ରାତିସାରା ଧାରଣା ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories