www.samajalive.in
Sunday, December 7, 2025
16.1 C
Bhubaneswar

ପାକ୍‌ ଜେଲ୍‌ରୁ ମୁକ୍ତି ; ୩୮ବର୍ଷ ପରେ ଭୋଟ ଦେବେ ଗଜାନନ୍ଦ

ଜୟପୁର : ରାଜସ୍ଥାନ ରାଜନୀତି ବିଧାନସଭା ନିର୍ବାଚନକୁ ନେଇ ବେଶ୍‌ ସରଗରମ ରହିଥିବା ବେଳେ ଜଣେ ଭୋଟରଙ୍କ କାହାଣୀ ଏହି ଆଲୋଚନାକୁ ଆହୁରି ରୋଚକ କରିଛି। ୧୯୮୦ ମସିହା ନିର୍ବାଚନ ପରେ ଦୀର୍ଘ ୩୮ବର୍ଷର ବ୍ୟବଧାନରେ ଭୋଟ ଦେବେ ସେ। ଏହି ବର୍ଷ ବନ୍ଦୀ ଜୀବନରୁ ମୁକ୍ତି ପାଇବା ସହିତ ଭୋଟ୍‌ ଦେବା ଲାଗି ସେ ନାଗରିକ ଅଧିକାର ଫେରିପାଇଛନ୍ତି। ନିଜର ଅର୍ଦ୍ଧାଧିକ ବୟସ ପାକିସ୍ତାନ ଜେଲ୍‌ରେ ବିତାଇବା ପରେ ଗଜାନନ୍ଦ ଶର୍ମା ନାମକ ଏହି ବ୍ୟକ୍ତି ପ୍ରାୟ ୩୬ବର୍ଷ ପରେ ସ୍ବଦେଶ ଫେରିଛନ୍ତି। ୧୯୮୨ ମସିହାରେ ଘରୁ ବାହାରି ଯାଇଥିବା ଗଜାନନ୍ଦ ଆଉ ଫେରିନଥିଲେ। ସେତେବେଳେ ସେ ଅମୃତସରର ମହାରକଲଁା ଗ୍ରାମରେ ରହୁଥିଲେ। ସେ କୁଆଡେ ଗଲେ ବୋଲି ୨୦୧୮ ମେ ମାସ ପର୍ଯ୍ୟନ୍ତ କିଛି ଖୋଜଖବର ମିଳିଲା ନାହିଁ। ତାଙ୍କ ପରିବାର ମଧ୍ୟ ଗାଁ ଛାଡିଦେଲେ। ଗତ ମେ ୭ତାରିଖରେ ସାମୋଦ ଥାନା ପୁଲିସ୍‌ ଜୟପୁରର ମାଉଣ୍ଟରୋଡ୍‌ସ୍ଥିତ ଫତେହରାମ କା ଟିବାରେ ରହୁଥିବା ତାଙ୍କ ପତ୍ନୀ ମଖନି ଦେବୀଙ୍କୁ ଜଣାଇଥିଲେ ଯେ ଗଜାନନ୍ଦ ଜୀବିତ ଅଛନ୍ତି ଏବଂ ପାକିସ୍ତାନର ଲାହୋର ସେଣ୍ଟ୍ରାଲ ଜେଲ୍‌ରେ ତାଙ୍କୁ ବନ୍ଦୀ କରି ରଖାଯାଇଛି। ସ୍ବାମୀ ନଫେରିବାରୁ ବର୍ଷବର୍ଷ ଧରି ବୈଧବ୍ୟ ଜୀବନ ଜିଇଆସିଥିବା ମଖନି ଏହି ଖବରରେ ଖୁବ୍‌ ଖୁସି ହୋଇଯାଇଥିଲେ। ଏହାପରେ ଗଜାନନ୍ଦଙ୍କୁ ସ୍ବଦେଶ ଫେରାଇ ଆଣିବାର ପ୍ରୟାସ ଆରମ୍ଭ ହେଲା। ଶେଷରେ ଗତ ଅଗଷ୍ଟ ୧୩ତାରିଖରେ ପାକିସ୍ତାନ ଜେଲ୍‌ରୁ ମୁକ୍ତ ହୋଇ ୱାଘା ବର୍ଡର ବାଟେ ଦେଶକୁ ଆସିଥିଲେ ଗଜାନନ୍ଦ। ସେ ଭୁଲ୍‌ବଶତଃ ଭାରତ ସୀମା ପାର୍‌ ହୋଇ ପାକିସ୍ତାନରେ ପହଞ୍ଚିଯିବା ପରେ ସେଠାକାର ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ପାକ୍‌ ଅଦାଲତ ତାଙ୍କୁ ୨ମାସ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ମୁକୁଳିବା ଲାଗି ତାଙ୍କୁ ଦୀର୍ଘ ୩୬ବର୍ଷ ଅପେକ୍ଷା କରିବାକୁ ପଡିଲା। ପତ୍ନୀଙ୍କ ପ୍ରୟାସ ଯୋଗୁ ସେ ନିଜ ଘରକୁ ଫେରିପାରିଛନ୍ତି। ତେଣୁ ତାଙ୍କର ଅବଶିଷ୍ଟ ଜୀବନ ଉପରେ କେବଳ ପତ୍ନୀଙ୍କ ଅଧିକାର ରହିବ ବୋଲି ଗଜାନନ୍ଦ କହନ୍ତି।
ଗଜାନନ୍ଦ ଆସିବା ପରେ ମଖନି ତୁରନ୍ତ ତାଙ୍କର ଆଧାର କାର୍ଡ କରାଇଲେ ଏବଂ ଭୋଟର କାର୍ଡ ପାଇଁ ଆବେଦନ କରିଥିଲେ। ଗତ ସୋମବାର ଦିନ ଭୋଟର କାର୍ଡ ମିଳିଯାଇଛି। ଭୋଟ ସମ୍ପର୍କରେ ଗଜାନନ୍ଦ କହନ୍ତି- ୧୯୮୦ ମସିହାରେ ବ୍ୟାବରରେ ଭୋଟ୍‌ ଦେଇଥିବା ତାଙ୍କର ମନେଅଛି। ସେତେବେଳେ କାଗଜରେ ପ୍ରାର୍ଥୀମାନଙ୍କ ଚିହ୍ନ ରହୁଥିଲା। ଏହା ଉପରେ ମୋହର ମାରି କାଗଜକୁ ମୋଡି ଭୋଟବାକ୍ସରେ ପକାଯାଉଥିଲା। ଏବେ ମେସିନ୍‌ରେ ସ୍ବିଚ୍ ଦବାଇ ଭୋଟ୍‌ ଦିଆଯାଇପାରୁଛି ବୋଲି ପତ୍ନୀ ମଖନି ତାଙ୍କୁ ଜଣାଇଥିବା କହନ୍ତି ଗଜାନନ୍ଦ। ଭୋଟ କାହାକୁ ଦେବେ ବୋଲି ପ୍ରଶ୍ନରେ ଗଜାନନ୍ଦ କହନ୍ତି- ପତ୍ନୀ ହିଁ ମୋର ଭୋଟ୍‌ ଗୁରୁ। ସେ ଯାହାକୁ କହିବେ, ତାଙ୍କୁ ଭୋଟ୍‌ ଦେବି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories