ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନରେ ଜାରି ରହିଛି ବର୍ଷା। ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ଉପକୂଳ ଛୁଇଁବ। ଆଜି ସନ୍ଧ୍ୟାରେ ବାଲେଶ୍ୱର ଓ ସାଗର ଦ୍ୱୀପ ମଧ୍ୟରେ ଏହା ଅତିକ୍ରମ କରିବ। ଅବପାତ ନେଇ ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପକ୍ଷରୁ ଆଜି ମିଳିଥିବା ସୂଚନାନୁଯାୟୀ, ଅବପାତ ଏବେ ଦୀଘାରୁ ୧୪୦, ବାଲେଶ୍ୱରରୁ ୨୦୦ କିିମି ଦୂରରେ ରହିଛି। ଆଗାମୀ ୬ ଘଣ୍ଟାରେ ଏହା ଗଭୀର ଅବପାତରେ ରୂପାନ୍ତର ହେବ। ଗଭୀର ଅବପାତ ଭାବେ ଏହା ସ୍ଥଳଭାଗ ଅତିକ୍ରମ କରିବ। ଏହା ଆଉ ଅଧିକ ଘନୀଭୂତ ହେବାର ନାହିଁ। ଏହା ବାତ୍ୟାରେ ରୂପାନ୍ତର ହେବ ବୋଲି ଆମେ ସୂଚନା ଦେଇ ନାହୁଁ। ମାତ୍ର ଏହାର ପ୍ରଭାବରେ ଉପକୂଳରେ ୫୫ ରୁ ୬୫ କିମି ପବନ ବହିପାରେ। ଆଭ୍ୟନ୍ତର ଓଡିଶାରେ ୩୦ ରୁ ୫୦ କିମି ପର୍ଯ୍ୟନ୍ତ ପବନ ବହିପାରେ। ଆଜି ଉତ୍ତର ଓଡିଶାରେ ସର୍ବାଧିକ ବର୍ଷା ହେବ। କାଲିଠୁ କମିଯିବ। କାଲିଠାରୁ ଉତ୍ତର ଓଡିଶାରେ କମିବା ସହ ପଶ୍ଚିମ ଓଡିଶାରେ ବର୍ଷା ହେବ। ଏହାସହ ଛତିଶିଗଡରେ କାଲି ସବୁଠାରୁ ଅଧିକ ବର୍ଷା ହେବ ବୋଲି ଆଇଏମଡି ଡିଜି ପକ୍ଷରୁ ସୂଚନା ମିଳିଛି।
Popular Categories



